Breaking PLUSଓଡ଼ିଶାମୁଖ୍ୟ ଖବର

ଖରା ଯୋଗୁ 66ରେ ପହଂଚିଲାଣି ଅସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର, 23 ଏପ୍ରିଲ- ରାଜ୍ୟରେ ଏ ଯାଏଁ ହିଟ ଷ୍ଟ୍ରୋକ ରୋଗୀ କେହି ନାହାନ୍ତି କି ମୃତ୍ୟୁ ହୋଇନି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ସେ କହିଛନ୍ତି ଯେ, 66 ଜଣ  ରୌଦ୍ରତାପଜନିତ ଅସୁସ୍ଥତା ଯୋଗୁଁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହୋଇ ଫେରିଛନ୍ତି ।

ଟିଟିଲାଗଡ଼ର ଜଣଙ୍କ ମୃତ୍ୟୁ ନେଇ ଖବର ଆସିଥିଲା । ମାତ୍ର ଯୁଗ୍ମ ତଦନ୍ତରୁ ଜଣାପଡିଲା ଯେ ସେ ହାର୍ଟ ଆଟାକରେ ମରିଛନ୍ତି । ଗ୍ରୀଷ୍ମ ପ୍ରବାହ ନେଇ ଲୋକଙ୍କୁ ସତର୍କ କରାଯାଉଛି । ସ୍କୁଲ ବନ୍ଦ ହୋଇଛି । ଛତା ନେଇ ବାହାରକୁ ଯିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏହାସହିତ ସକାଳ 10 ରୁ 3 ଯାଏଁ ଘରୁ ବାହାରନ୍ତୁ ନାହିଁ । ଗୁରୁତର ରୋଗୀଙ୍କ ଅଧିକ ଯତ୍ନ ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।  ଅଂଶୁଘାତ ପାଇଁ ଜିଲ୍ଲାସ୍ତରୀୟ ହସ୍ପିଟାଲରେ 6 ଟି, ସବଡ଼ିଭିଜନ ସ୍ତରୀୟ ମେଡିକାଲରେ 4 ଟି ସିଏଚସିରେ 2 ଟି ବେଡ଼ ପ୍ରସ୍ତୁତ ରଖାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button