Breaking PLUSଦେଶମୁଖ୍ୟ ଖବର

ବିଜାପୁରରେ ସୁରକ୍ଷାବଳଙ୍କ ମିଳିତ ଅପରେସନରେ 6 ନକ୍ସଲ ନିହତ

ବିଜାପୁର- ଛତିଶଗଡର ବିଜାପୁରର ନକ୍ସଲ ପ୍ରଭାବିତ ବାସାଗୁଡା ଥାନା ଅନ୍ତର୍ଗତ ପୋଲମପଲ୍ଲୀ-ଚିପୁରଭଟ୍ଟିରେ ପୋଲିସ-ନକ୍ସଲର ପ୍ଲାଟୁନ ନମ୍ବର 10 ମଧ୍ୟରେ ବୁଧବାର ସକାଳ 8ଟାରେ ହୋଇଥିବା ଗୁଳି ବିନିମୟରେ 6ଜଣ ନକ୍ସଲ ନିହତ ହୋଇଛନ୍ତି । ଗୁଳି ବିନିମୟ ପରେ ଦୁଇ ମହିଳା ନକ୍ସଲ ଓ ଚାରି ପୁରୁଷ ନକ୍ସଲଙ୍କ ଶବ ଜବତ ହୋଇଛି । ମୃତ୍ୟୁବରଣ କରିଥିବା ନକ୍ସଲ ମଧ୍ୟରେ ଡେପୁଟି କମାଣ୍ଡର ବି ରହିଛି ।
ପୋଲିସ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ତଥା ଦୈନନ୍ଦିନ ବ୍ୟବହୃତ ସାମଗରୀ ଜବତ କରିଛି । ଗୁଳିକାଣ୍ଡରେ ଅନେକ ନକ୍ସଲ ଆହତ ହୋଇଥିବାର ସମ୍ଭାବନା ରହିଛି । ଏହାପରେ ଆଖପାଖ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Show More

Related Articles

Back to top button