Breaking PLUSଦେଶମୁଖ୍ୟ ଖବର

ଜୟପୁରରେ ଅଗ୍ନିକାଣ୍ଡରେ 5ମୃତ

ଜୟପୁରର ଏକ ତେଲ ଟାଙ୍କି ସାମ୍ନାରେ ଶୁକ୍ରବାର ଦିନ ଅଗ୍ନିକାଣ୍ଡ ଘଟି ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୪ ଜଣ ଆହତ ହୋଇଛନ୍ତି। ପୁଲିସ ସୂଚନାନୁସାରେ, ଶୁକ୍ରବାର ସକାଳେ ଜୟପୁର-ଅଜମେର ରାଜପଥରେ ଏକ ଟ୍ରକ ଏକ ଏଲପିଜି ବୋଝେଇ ଟ୍ୟାଙ୍କ ସହ ମୁହାଁମୁହିଁ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ଖୁବ୍‌ କମ୍‌ ସମୟ ମଧ୍ୟରେ ସହରର ଭାନକ୍ରୋଟା ଅଞ୍ଚଳରେ ଥିବା ଇନ୍ଧନ ପମ୍ପରେ ବ୍ୟାପିଗଲା।

ତୈଳ ପମ୍ପ୍‌ରେ ପାର୍କିଂ ହୋଇଥିବା ଅନେକ ଗାଡି ମଧ୍ୟ ନିଆଁରେ ପୋଡି ହୋଇଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏଲପିଜି ବୋଝେଇ ଟ୍ୟାଙ୍କରକୁ ଧକ୍କା ଦେଇଥିବା ଟ୍ରକରେ ରାସାୟନିକ ପଦାର୍ଥ ଭର୍ତ୍ତି ହୋଇଥିଲା।

ଅଗ୍ନିକାଣ୍ଡ ବିଷୟରେ ସୂଚନା ପାଇବା ପରେ ନିଆଁକୁ ଆୟତ୍ତ କରିବା ପାଇଁ ୨୦ଟି ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି। ଏହି ଖବର ଲେଖିବା ସମୟରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରହିଛି। ପୁଲିସ ଆହତ ଲୋକଙ୍କୁ ଜୟପୁରର ସାୱାଇ ମନ ସିଂ ଡାକ୍ତରଖାନାରେ ଭର୍ତ୍ତି କରିଛି।

Show More

Related Articles

Back to top button