Breaking PLUSଦେଶ ବିଦେଶମୁଖ୍ୟ ଖବର

ଜାପାନରେ ଭୂକମ୍ପ ଯୋଗୁ ଏବେସୁଦ୍ଧା 57ଜଣଙ୍କ ମୃତ୍ୟୁ

ଟୋକିଓ, 3 ଜାନୁୟାରୀ – ଜାପାନରେ ସୋମବାର ଆସିଥିବା ଶକ୍ତିଶାଳୀ ଭୂକମ୍ପ ରଚିଛି ତାଣ୍ଡବ । ଭୂକମ୍ପରେ ଜାପାନରେ ବଡଧରଣରେ କ୍ଷୟକ୍ଷତି ହୋଇଛି । ମୃତକଙ୍କ ସଂଖ୍ୟା ଲଗାତର ଭାବେ ବଢିବାରେ ଲାଗିଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ 57 ହୋଇଛି । ଇଶିକାଭାରେ ସର୍ବାଧିକ କ୍ଷତି ହୋଇଛି । ସୋମବାର ଇଶିକାଭା ଅଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ପ୍ରାୟ ଶହେ ଝଟକାରେ ସର୍ବାଧିକ 7.6 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।
ଜାପାନ ଟାଇମ୍ସର ରିପୋର୍ଟ ମୁତାବକ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା 48 । ମାତ୍ର ମୃତକଙ୍କ ସଖ୍ୟା ଆହୁରି ଅଧିକ ବୋଲି ଜଣାପଡିଛି । ଉପକୂଳ ଅଞ୍ଚଳରେ ମାଡି ଘର ଭୁଶୁଡିପଡିଛି । ପ୍ରଭାବିତ ଅଞ୍ଚଳରୁ ଆସିଥିବା ସୂଚନା ମୁତାବକ ଭୂକମ୍ପରେ 57 ଲୋକଙ୍କ ମୃତ୍ୟୁ ହୋଇଛି । କିଛି ଅଞ୍ଚଳରେ ପାଣି, ବିଜୁଳି ଓ ମୋବାଇଲ ଫୋନ ସେବା ବନ୍ଦ ରହିଛି । ଉଦ୍ଧାର କାର୍ଯ୍ୟରେ ସେନାକୁ ମୁତୟନ କରାଯାଇଛି । ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି । ଏହାସହିତ ମାଟି ତଳେ ପୋତି ହୋଇଥିବା ଲୋକଙ୍କ ତଲାସୀ କରାଯାଉଛି ।

Show More

Related Articles

Back to top button