Breaking PLUSଓଡ଼ିଶାମୁଖ୍ୟ ଖବର

ବାଲେଶ୍ୱରରେ ଓଲଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭୁବନେଶ୍ୱର-ବାଲେଶ୍ଵର ଜିଲ୍ଲା ଏନଏଚ୍-୧୬ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସଟି କୋଲକାତାରୁ ସୋରକୁ ଆସୁଥିଲା। ଏହି ସମୟରେ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା । ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ବସରେ ଥିବା ୫୦ରୁ ଅଧିକ ଯାତ୍ରୀ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ବସ୍‌ର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Show More

Related Articles

Back to top button