ଦେଶସ୍ୱତନ୍ତ୍ର

ଦେଶରେ ଅକ୍ଟୋବର୧ ରୁ ଆରମ୍ଭ ହେବ ୫-ଜି ସେବା, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଖୁବଶୀଘ୍ର ପ୍ରତିକ୍ଷାର ଅନ୍ତ ଘଟିବ । ଦେଶରେ ଅକ୍ଟୋବର୧ ରୁ ଆରମ୍ଭ ହେବାକୁ ଯାଉଛି ୫-ଜି ସେବା । ଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଏହି ସେବାର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ଆଜି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସରକାରଙ୍କ ନ୍ୟାସନାଲ ବ୍ରଡବ୍ୟାଣ୍ଡ ମିଶନ ।

ଏହି ସେବା ଦ୍ୱାରା ଭାରତର ଡିଜିଟାଲ ପରିବର୍ତ୍ତନ ଏବଂ ଯୋଗାଯୋଗର ସ୍ଥାନ ଶୀର୍ଷରେ ପହଞ୍ଚିବ । ସେହିପରି ଆଗାମୀ ପିଢୀଙ୍କ ଶିକ୍ଷା,ସ୍ୱାସ୍ଥ୍ୟା, ଆର୍ଥିକ କ୍ଷେତ୍ରରେ ଅନେକ ମାତ୍ରାରେ ସହାୟକ ହେବ ।

Show More

Related Articles

Back to top button