ଦେଶ ବିଦେଶପାଣିପାଗମୁଖ୍ୟ ଖବରସ୍ୱତନ୍ତ୍ର

ପାକିସ୍ତାନରେ ୫.୧ ତୀବ୍ରତା ଭୂକମ୍ପ ଅନୁଭୂତ

ଇସଲାମାବାଦ: ପାକିସ୍ତାନରେ ଶୁକ୍ରବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି ।  ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରହିଥିବାବେଳେ ଭୂକମ୍ପର କେନ୍ଦ୍ରସ୍ଥଳ ପାଲଟିଥିଲା ପାକିସ୍ତାନ ବ୍ୟତୀତ ଆଫଗାନିସ୍ତାନ ଏବଂ ଇରାନ୍‌  । ଭୂକମ୍ପ ଝଟ୍‌କା ଯୋଗୁଁ ଘରେ ଥିବା ଜିନିଷପତ୍ର ଦୋହଲିବାକୁ ଲାଗିଥିଲା । ଫଳରେ ଲୋକମାନେ ଭୟଭୀତ ହୋଇ ଜୀବନ ବଞ୍ଚାଇବାକୁ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ ।

 ଆଜି ପ୍ରାୟ ସକାଳ ୬ଟା ୧୮ମିନିଟ୍‌ରେ ପାକିସ୍ତାନରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ଝଟ୍‌କା ଅନୁଭୂତ ହେବା ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ତେବେ କୌଣସି କ୍ଷୟକ୍ଷତିର ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ ।

 

Show More

Related Articles

Back to top button