
ରାଜ୍ୟରେ କମିଲା ସଂକ୍ରମଣ । ରାଜ୍ୟରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି । ୨୪ ଘଣ୍ଟାରେ ୪୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୮୨ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୮୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୦୨ ଜଣ ଅଛନ୍ତି। ଏନେଇ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।
ତେବେ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୮ ସଂକ୍ରମିତ ରହିଥିବାବେଳେ ଅନୁଗୁଳ ଜିଲ୍ଲାରୁ ୧,ବାଲେଶ୍ଵର ଜିଲ୍ଲାରୁ ୩,ବରଗଡ ଜିଲ୍ଲାରୁ ୧୨,ଭଦ୍ରକ ଜିଲ୍ଲାରୁ ୨,ବଲାଙ୍ଗୀରି ଜିଲ୍ଲାରୁ୧୧,ବୌଦ୍ଧ ଜିଲ୍ଲାରୁ୧୩,କଟକ ଜିଲ୍ଲାରୁ୩୧,ଦେବଗଡ ଜିଲ୍ଲାରୁ୩,ଢେଙ୍କାନାଳ ଜିଲ୍ଲାରୁ୨,ଗଜପତି ଜିଲ୍ଲାରୁ୬,ଗଞ୍ଜାମ ଜିଲ୍ଲାରୁ୭,ଜଗତସିଂହପୁର ଜିଲ୍ଲାରୁ୩,ଯାଜପୁର ଜିଲ୍ଲାରୁ୯,ଝାରସୁଗୁଡା ଜିଲ୍ଲାରୁ୩,କଳାହାଣ୍ଡି ଜିଲ୍ଲାରୁ୨୧,କନ୍ଧମାଳ ଜିଲ୍ଲାରୁ ୭,କେନ୍ଦ୍ରାପଡା ଜିଲ୍ଲାରୁ ୨,କେନ୍ଦୁଝର ଜିଲ୍ଲାରୁ୨, ୭୮,କୋରାପୁଟ ଜିଲ୍ଲାରୁ୫,ମୟୂରଭଞ୍ଜ ଜିଲ୍ଲାରୁ୧୫,ନବରଙ୍ଗପୁର ଜିଲ୍ଲାରୁ୬,ନୟାଗଡ ଜିଲ୍ଲାରୁ ୧୪,ନୂଆପଡା ଜିଲ୍ଲାରୁ୧୫,ପୁରୀ ଜିଲ୍ଲାରୁ୧,ରାୟଗଡା ଜିଲ୍ଲାରୁ୯,ସମ୍ବଲପୁର ଜିଲ୍ଲାରୁ୩୯,ସୋନପୁର ଜିଲ୍ଲାରୁ ୧୧,ସୁନ୍ଦରଗଡ ଜିଲ୍ଲାରୁ୧୩୭,ଷ୍ଟେଟ ପୁଲରୁ ୧୯ ରହିଛନ୍ତି ।
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୦ ହଜାର ୧୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୫ ହଜାର ୨୬୧ ଏବଂ ବର୍ତ୍ତମାନ ୫୫୪୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।