ଦେଶସ୍ୱତନ୍ତ୍ର

ବେଆଇନ ଅର୍ଥ କାରବାରକୁ ନେଇ ଆକ୍ସନ ମୁଡ଼ରେ କେନ୍ଦ୍ର ସରକାର,ବନ୍ଦ୍ ହେବ ୪୦ ହଜାର କମ୍ପାନୀ

ବେଆଇନ ଅର୍ଥ କାରବାରକୁ ନେଇ ଆକ୍ସନ ମୁଡ଼ରେ କେନ୍ଦ୍ର ସରକାର । ବନ୍ଦ୍ ହେବ ୪୦ ହଜାର କମ୍ପାନୀ । ଏହିସବୁ କମ୍ପାନୀଗୁଡ଼ିକର ପଞ୍ଜୀକରଣକୁ କରାଯିବ ବାତିଲ । କମ୍ପାନୀର ଅଫିସରେ ତାଲା ପଡ଼ିବା ପରେ ବାକିଥିବା ସମସ୍ତ ଅର୍ଥ ଆଦାୟ କରାଯିବ । ଏହି କମ୍ପାନୀଗୁଡିକ ମଧ୍ୟରେ ଦିଲ୍ଲୀ ଓ ହରିୟାଣାର ଏକାଧିକ କମ୍ପାନୀ ସାମିଲ ରହିଛି । ଏହି ଦୁଇ ରାଜ୍ୟରେ ୭୫୦୦ରୁ ଅଧିକ ପଞ୍ଜୀକୃତ କମ୍ପାନୀ ରହିଥିବା ଜଣାପଡ଼ିଛି ।

ଯେଉଁସବୁ କମ୍ପାନୀର କାରବାର ଗତ ୬ ମାସ ଧରି ନିଷ୍କ୍ରିୟ ରହିଛି, ସେମାନଙ୍କ ଉପରେ କର୍ପୋରେଟ ମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ କରିବ । ଏପରି କମ୍ପାନୀଗୁଡ଼ିକର ଲାଇସେନ୍ସ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରଯିବ । ଏହି କମ୍ପାନୀଗୁଡ଼ିକ ମନି ଲଣ୍ଡରିଂ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ଆସିଥିଲା ବୋଲି ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟରୁ ଜଣାପଡିଛି  ।

 

Show More

Related Articles

Back to top button