ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱାସ୍ଥ୍ୟ

କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୪ କର୍ମୀ ଗୁରୁତର

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ଅଘଟଣ। ବିଦ୍ୟୁତ ସଂସ୍ପର୍ଶରେ ଆସି ୪ କର୍ମୀ ଗୁରୁତର ଆହାତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାହୁଲ ଗାନ୍ଧିଙ୍କ ଏହି ଭାରତ ଯୋଡୋ ଯାତ୍ରା ଆଜି କର୍ଣ୍ଣାଟକର ବେଲ୍ଲାରୀରୁ ଆରମ୍ଭ ହୋଇଥିଲା। ଏହି ସମୟରେ କିଛି କର୍ମୀ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ବେଲ୍ଲାରୀର ମୋକା ଟାଉନ ନିକଟରେ କିଛି କର୍ମୀ ହାତରେ କଂଗ୍ରେସ ପତାକା ସହ ଲୁହା ରଡ ମଧ୍ୟ ଧରିଥିଲେ। ଏହି ସମୟରେ ୪ ଜଣଙ୍କୁ ବିଦ୍ୟୁତ ଝଟ୍‌କା ଲାଗିଥିଲା । ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ୪ ଜଣ ଗୁରୁତରଙ୍କୁ କଂଗ୍ରେସ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଥିବା ସୂର୍ଯ୍ୟେୱାଲା ସୂଚନାଦେଇଛନ୍ତି । କଂଗ୍ରେସର ଭାରତ ଯୋଡୋ ଯାତ୍ରା ୭ ସେପ୍ଟେମ୍ବରରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରା ଶ୍ରୀନଗର, ଜମ୍ମୁ କଶ୍ମୀରରେ ଶେଷ ହେବ। ଏହି ସମୟରେ କଂଗ୍ରେସ କର୍ମୀମାନେ ୧୨ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦେଇ ୩୭୫୦ କିଲୋମିଟର ଯାତ୍ରା କରିବେ। ଲୋକମାନେ ଏହି ଯାତ୍ରାକୁ ରାହୁଲ ଗାନ୍ଧୀଙ୍କ ପାଇଁ ସଞ୍ଜୀବନୀ ବୋଲି କହୁଛନ୍ତି କାରଣ ଏହି ଯାତ୍ରା ସମୟରେ ରାହୁଲ ଜନସାଧାରଣଙ୍କ ସହ କଥାବାର୍ତ୍ତା କରୁଛନ୍ତି ଏବଂ ସେମାନଙ୍କ ସମସ୍ୟା ବୁଝୁଛନ୍ତି। ରାହୁଲ ଜନସାଧାରଣଙ୍କ ସହ ଯୋଡି ହୋଇ ବେକାରୀ, ଚାଷ, ଉନ୍ନତ ଶିକ୍ଷା ଭଳି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରୁଛନ୍ତି।

Show More

Related Articles

Back to top button