Breaking PLUSଦେଶମୁଖ୍ୟ ଖବର

କର୍ଣ୍ଣାଟକରେ କାର ଦୁର୍ଘଟଣାଗ୍ରସ୍ତ, 4 ତୀର୍ଥଯାତ୍ରୀ ମୃତ

ଚିତ୍ରଦୁର୍ଗ: କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାର କେମ୍ମଲେ ଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳେ କାର ଦୁର୍ଘଟଣାରେ ଚାରି ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି । 150 ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ପୂର୍ବରୁ ଠିଆ ହୋଇଥିବା ଏକ ଟ୍ରକରେ କାରଟି ଭାରସାମ୍ୟ ହରାଇ ପିଟି ହୋଇଥିଲା । ଦୁର୍ଘଟଣାରେ ଅନ୍ୟ 3ଜଣ ଆହତ ହୋଇଛନ୍ତି ।

ପୋଲିସ ସୂଚନା ମୁତାବକ, ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ 4ଜଣଙ୍କର ମୃତ୍ୟୁ ହୋଇଛି । ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଚିତ୍ରଦୁର୍ଗର ମଲ୍ଲାପୁରା ନିକଟରେ ଏହି ଦୁର୍ଘଟଣା ହୋଇଥିଲା । କାରଟି ଦାବଣଗେରେରୁ ବେଙ୍ଗାଲୁରୁ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସମସ୍ତ ମୃତାହତ ବେଙ୍ଗାଲୁରୁ ଚନ୍ଦପୁରାର ତୀର୍ଥଯାତ୍ରୀ ବୋଲି ଜଣାପଡିଛି । ସମସ୍ତେ ଚାମରାଜନଗରର ମାଲେ ମହାଦେଶ୍ୱର ମନ୍ଦିରରେ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।

Show More

Related Articles

Back to top button