Breaking PLUSଓଡ଼ିଶାମୁଖ୍ୟ ଖବର

ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍‌, ୧୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ଜଳ

ଉପରମୁଣ୍ଡରେ ବର୍ଷା ହେଉଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ଫୁଟ ଥିବା ବେଳେ ଏବେ ଜଳସ୍ତର ରହିଛି ୬୨୯.୭୫ ଫୁଟ । ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୬୭ ହଜାର ୮୫୬ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି।

ଉପରମୁଣ୍ଡରେ ବର୍ଷା ହେଉଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ଫୁଟ ଥିବା ବେଳେ ଏବେ ଜଳସ୍ତର ରହିଛି ୬୨୯.୭୫ ଫୁଟ । ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୬୭ ହଜାର ୮୫୬ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ସେହିପରି ମୋଟ୍‌ ୧୨ଟି ଗେଟ୍‌ ଦେଇ ୨ ଲକ୍ଷ ୨୦ ହଜାର ୬୮୦ ଘନଫୁଟ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣକୁ ଆଣିବା ପାଇଁ ଆଉ ୪ଟି ଗେଟ୍‌ ଖୋଲାଯାଇଛି । ଚିନ୍ତାର ବିଷୟ ହେଉଛି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଛତିଶଗଡ଼ ମୁହାଁ ହୋଇଛି। ଯଦି ହୀରାକୁଦର ଉପରମୁଣ୍ଡରେ ବର୍ଷା ହୁଏ ତେବେ ଚିନ୍ତାଜନକ ବିଷୟ।

Show More

Related Articles

Back to top button