Breaking PLUSଓଡ଼ିଶାମୁଖ୍ୟ ଖବର
କୋଣାର୍କରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍

ଭୁବନେଶ୍ୱର- କୋଣାର୍କରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ । ରଘୁରାଜପୁର ଗାଁ ବୁଲିବା ପରେ କୋଣାର୍କରେ ପହଞ୍ଚିଲେ । କୋଣାର୍କ ବ୍ୟାଖ୍ୟାନ କେନ୍ଦ୍ର ବୁଲିବା ସହ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ଏଥିପାଇଁ ୪ ଘଣ୍ଟା କୋଣାର୍କ ବନ୍ଦ କରିବା ପାଇଁ କଟକଣା କରାଯାଇଥିଲା । ଦିନ ୮ଟାରୁ ୧୨ଟା ଯାଏ କୋଣାର୍କ ମନ୍ଦିର ବନ୍ଦ ଲାଗି କଟକଣା ଲାଗୁ ହୋଇଥିଲା । କେବଳ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଲାଗୁ ହୋଇଛି ଏହି ପ୍ରବେଶ କଟକଣା |