Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ମେରଠରେ ବଡଧରଣର ବିସ୍ଫୋରଣ, 4 ମୃତ

ମେରଠ : ମଙ୍ଗଳବାର ସକାଳେ ମେରଠର ଲୋହିଆ ନଗରରେ ସ୍ଥିତ ଏକ ଘରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଏକ ଘରେ କାରଖାନା କାର୍ୟ୍ୟ କରୁଥିବା ବେଳେ ଏକ ବଡ଼ ଧରଣର ବିସ୍ଫୋରଣରେ ସମଗ୍ର ଅଞ୍ଚଳ କମ୍ପିତ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନା ଚାଲୁଥିବା ଘର ସହିତ ନିକଟସ୍ଥ ଦୁଇ ତିନିଟି ଘର ଭୁଶୁଡି ପଡିଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦଶରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଡିଏମ ଏବଂ ମାଜିଷ୍ଟ୍ରେଟଙ୍କ ସମେତ ବହୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଡିଏମଙ୍କ ଅନୁଯାୟୀ, ବାଣ କାରଖାନା ନେଇ କୌଣସି ଜିନିଷ ସାମ୍ନାକୁ ଆସି ନାହିଁ, ମାତ୍ର ବହୁ ପରିମାଣର ସାବୁନ ଘଟଣାସ୍ଥଳରେ ବିଛା ଯାଇଥିବା ଦେଖିବାକୁ ମିଳିଛି।
ସୂଚନା ଯୋଗ୍ୟ, ଭୁଶୁଡି ଥିବା ଏହି ଘରେ ଅନେକ ଲୋକେ ଦବି ହୋଇ ରହିଥିବା ନେଇ ଅନୁମାନ କରାଯାଉଛି। ବିସ୍ଫୋରଣ ଖୁବ ଜୋର୍‌‌ରେ ଥିବା ସହ ୩୩ କେଭି ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ପଡିଥିବା ଜଣାପଡିଛି। ରାସ୍ତାରେ ଯାଉଥିବା କିଛି ଲୋକେ ମଧ୍ୟ ଏହି ବିସ୍ଫୋରଣରେ ଆହତ ହୋଇଛନ୍ତି। ଏହାସହ ୩ ରୁ ୪ କିମି ପର୍ଯ୍ୟନ୍ତ ଥିବା ଘର ମାନଙ୍କରେ ମଧ୍ୟ କମ୍ପନ ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ ଓ ଉଦ୍ଧାର କାରୀ ଦଳ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଘଟଣାର ତଦନ୍ତ କରାଯାଉଛି।

Show More

Related Articles

Back to top button