Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ବିହାରରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା ଘଟଣାରେ 4 ଗିରଫ

ଦୈନିକ ଜାଗରଣର ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ

ପାଟନା: ଶୁକ୍ରବାର ସକାଳେ ବିହାରରେ ଦୈନିକ ଜାଗରଣର ସାମ୍ବାଦିକଙ୍କୁ ତାଙ୍କ ବାସଭବନ ଦ୍ବାରରେ ଗୁଳିମାରି ହତ୍ୟା କରାଯିବା ଘଟଣା । ୪ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗିରଫ ହୋଇଥିବା ୪ଜଣଙ୍କ ମଧ୍ୟରୁ ୨ଜଣ ସାମ୍ବାଦିକଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଥିଲେ।

ଗତକାଲି ସକାଳେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ବେଳେ ତାଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଥିଲେ । ବାପାଙ୍କ ଅଭିଯୋଗକୁ ଭିତ୍ତି କରି ଏହି ହତ୍ୟା ଘଛାନିଭନ କରାଯାଉଛି । ଏହି ହତ୍ୟାକାଣ୍ଡରେ ୮ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା କଥା ‘ଏଫ୍‌ଆଇଆର୍‌’ରେ ଦର୍ଛିଶାଯାଇଛି । ତେବେ ପୋଲିସ ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରିଛି ।

ଦୈନିକ ଜାଗରଣ’ରେ ସାମ୍ବାଦିକତା କରୁଥିବା ବିମଳ ଯାଦବଙ୍କ ସ୍ତ୍ରୀ ପୂଜା ଦେବୀ କହିଛନ୍ତି, ପାହାନ୍ତା ୪ଟା ବେଳେ ରାଣୀଗଞ୍ଜସ୍ଥିତ ବାସଭବନରେ ପରିବାରର ସମସ୍ତେ ଶୋଇଥିଲେ। କବାଟ ବନ୍ଦ ଥିଲା। ସେତିକି ବେଳେ କେତେ ଜଣ ଅଜ୍ଞାତ ବ୍ୟକ୍ତି ଆସି କବାଟ ଠକ ଠକ କରି ଡାକିଲେ, ପପ୍ପୁ ଭାଇ ଟିକେ ଆସି।’

ସେ ଉଠି କବାଟ ଖୋଲିଲେ ଓ ମୁଁ ଗୁଳି ଫୁଟିବା ଶବ୍ଦ ଶୁଣିଲି। ମୁଁ ଦୁଆର ମୁହଁକୁ ଦୌଡ଼ି ଗଲାରୁ ସେ କହିଲେ, ପୂଜା ସେମାନେ ମତେ ଗୁଳି ମାରିଛନ୍ତି। ମୁଁ ତାଙ୍କୁ ଧରିପକାଲା କ୍ଷଣି ସେ ଅଚେତ ହୋଇଗଲେ।…

Show More

Related Articles

Back to top button