Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ

ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେଡ଼ି ଆଗୁଆ

ସରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଆଜିଠାରୁ ଆରମ୍ଭ ହୋଇଛି ଭୋଟ ଗଣତି । ୩ଦିନ ଧରି ଭୋଟ ଗଣନା କାର୍ଯ୍ୟ ଚାଲୁ ରହିବ । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଭୋଟ ଗଣନା କାର୍ଯ୍ୟ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି ।

ତେବେ ଶନିବାରଠୁ ଆରମ୍ଭ ହୋଇଥିବା ଭୋଟ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେଡି ଆଗୁଆ ରହିଛି । ବିଜେଡି ୨୦୨ ଜୋନ୍‌ରେ ଆଗୁଆ ଚାଲିଥିବା ବେଳେ ବିଜେପି ୨୫ ଟି ଜୋନ୍‌ରେ ଆଗୁଆ ରହିଛି । ସେହିପରି କଂଗ୍ରେସ ଦଳ ୧୬ ଟି ଜୋନ୍‌ରେ ଆଗୁଆ ରହିଥିବା ବେଳେ ଅନ୍ୟାନ୍ୟ ପ୍ରାର୍ଥୀ ୫ଟି ଜୋନ୍‌ରେ ଆଗୁଆ ରହିଛନ୍ତି । ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏହି ସୂଚନା ମିଳିଛି ।

Show More

Related Articles

Back to top button