
ରୁଷ-ୟୁକ୍ରେନ ଯୁଦ୍ଧକୁ ଦୀର୍ଘଦିନ ପୁରିଥିଲେ ମଧ୍ୟ ଏହା ଥମିବାର ନାଁ ଧରୁନି । ବରଂ ଦିନକୁ ଦିନ ପରିସ୍ଥିତି ଆହୁରି ଭୟଙ୍କର ହେବାରେ ଲାଗିଛି । ଏହାରି ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ପରମାଣୁ ବୋମା ବୟାନ ଆହୁରି ଚଳଚଞ୍ଚଳ କରିପକାଇଛି ।
ସେହିପରି ପୁତିନ ଆବଶ୍ୟକ ସୁରକ୍ଷା ପାଇଁ ୩ ଲକ୍ଷ ରିଜର୍ଭ ସୈନିକ ନିୟୋଜିତ କରାଯିବ ବୋଲି ମଧ୍ୟ ଘୋଷଣା କରିଥିବାବେଳେ ତାଙ୍କ ଘୋର ବିରୋଧରେ ସମ୍ମୁଖୀନ ହେବାକୁ ପଡୁଛି ।
ମିଳିଥିବା ରିପୋର୍ଟ ମୁତାବକ ,ପୁତିନଙ୍କ ଏହି ନିଷ୍ପତି ଯୋଗୁ ୩୮ ସହରରେ ସାଧାରଣ ଜନତା ବିକ୍ଷୋଭ ଆରମ୍ଭ କରିଛନ୍ତି । ପୋଲିସ ମଧ୍ୟ ବଳପୂର୍ବକ ଭାବେ ଏହାକୁ ଦମନ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅନ୍ୟପଟେ ରୁଷର ୟୁକ୍ରେନ ଉପରେ ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ଜାପାନ, ହଙ୍ଗେରୀ, ଫ୍ରାନ୍ସ, ଅଷ୍ଟ୍ରେଲିଆ ସମେତ ୟୁରୋପୀୟ ଭଳି ଦେଶ ।