Breaking PLUSଦେଶ ବିଦେଶମୁଖ୍ୟ ଖବର
ଦେଶରେ ବଢୁଛି ମୃତ୍ୟୁସଂଖ୍ୟା, ଗତ ୨୪ ଘଣ୍ଟା ମଧ୍ୟରେ ୩,୬୧୭ ଜଣଙ୍କ ଜୀବନ ନେଲା ମହାମାରୀ
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୧.୭୩ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୪ ହଜାର ତଳକୁ ରହିଛି। ଗତ ୪୫ ଦିନ ମଧ୍ୟରେ ଦେଶରେ ପ୍ରଥମ ଥର ଲାଗି ଏତେ କମ୍ ସଂଖ୍ୟକ ନୂଆ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୧.୭୩ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୪ ହଜାର ତଳକୁ ରହିଛି। ଗତ ୪୫ ଦିନ ମଧ୍ୟରେ ଦେଶରେ ପ୍ରଥମ ଥର ଲାଗି ଏତେ କମ୍ ସଂଖ୍ୟକ ନୂଆ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୭୩,୭୯୦ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩,୬୧୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୭୭,୨୯,୨୪୭ ଓ ମୃତ୍ୟୁସଂଖ୍ୟା ୩,୨୨,୫୧୨ରେ ପହଞ୍ଚିଛି। ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୨,୮୪,୬୦୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୫୧,୭୮,୦୧୧ରେ ପହଞ୍ଚିଛି। ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୨,୨୮,୭୨୪।