
ଦିନକୁ ଦିନ ଗମ୍ଭୀର ହେଉଛି ୟୁକ୍ରେନ୍-ରୁଷିଆ ଯୁଦ୍ଧ ସ୍ଥିତି । ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ ଜାରି ରଖିଛି। ଗୋଟିଏ ରାତିରେ ୟୁକ୍ରେନ ଉପରେ ଋଷର ୩୬ ରକେଟ ମାଡ ହୋଇଛି। ଭ୍ଲାଡିମିର ପୁଟିନଙ୍କ ନିର୍ଦ୍ଦେଶରେ ଏଭଳି ବର୍ବର କାର୍ଯ୍ୟ କରାଯାଇଛି ବୋଲି ଜେଲେନେସ୍କି ସୋସିଆଲ ମିଡ଼ିଆରେ ଏନେଇ ସୂଚନା ଦେଇଛନ୍ତି।
ରକେଟ ମାଡ଼ରେ ଦେଶର ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବା ସହିତ ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବ୍ୟହତ ହୋଇଛି। ଏହାଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।