Breaking PLUSଦେଶ ବିଦେଶମୁଖ୍ୟ ଖବର

ମହିଳାଙ୍କ ପେଟରେ ୩୫ ବର୍ଷ ଧରି ରହିଥିଲା ‘ଷ୍ଟୋନ୍‌ ବେବି’

ଆଲଜେରିଆର ଜଣେ ୭୩ ବର୍ଷର ମହିଳାଙ୍କ ଗର୍ଭରେ ମିଳିଛି ‘ଷ୍ଟୋନ୍ ବେବି’ । ଡାକ୍ତରମାନେ ଏକ୍ସରେ କରିବା ପରେ ଏହା ଜାଣିଛନ୍ତି । ଏହି ଷ୍ଟୋନ ୩୫ ବର୍ଷ ହେବ ମହିଳା ଗର୍ଭରେ ଥିଲା । ଯାଞ୍ଚ ପରେ ଜଣାପଡିଛି ଯେ, ଏହି ଷ୍ଟୋନ୍ ୭ ମାସର ଏକ ଭ୍ରୁଣ ଥିଲା ।

‘ଦ ସନ୍‌’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏହା ପୂର୍ବରୁ ମଧ୍ୟ ମହିଳା ଜଣକ ନିଜର ଚିକିତ୍ସା କରିଥିଲେ, କିନ୍ତୁ ଡାରକ୍ତରମାନେ କେବେ ଏହା ବିଷୟରେ କହିନଥିଲେ । କିନ୍ତୁ ଏଥର ଯେତେବେଳେ ପେଟରେ ଅଧିକ କଷ୍ଟ ହୋଇଥିଲା ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଏକ୍ସରେ ପରେ ଜଣାପଡିଥିଲା ତାଙ୍କ ଗର୍ଭରେ ଏକ ଭ୍ରୁଣ ରହିଛି ।

୪.୫ ପାଉଣ୍ଡ ଓଜର ଏହି ୭ ମାସର ଭ୍ରୁଣ ୩୫ ବର୍ଷ ହେବ ମହିଳାଙ୍କ ପେଟରେ ଥିଲା, କିନ୍ତୁ ଏହି ଭ୍ରୁଣ ପାଇଁ ତାଙ୍କର କିଛି କ୍ଷତି ହୋଇନଥିଲା । କେବେ କେବେ ହାଲକା ପେଟ କାଟୁଥିଲା । ଡାକ୍ତରମାନେ ଏହାକୁ ଲିଥୋପୋଡିୟନ୍ (Lithopedion) କହିଛନ୍ତି । ଏହା ସେତେବେଳେ ହୋଇଥାଏ ଯେବେ ଗର୍ଭଧାରଣ ଗର୍ଭାଶୟ ବଦଳରେ ପେଟରେ ହୋଇଥାଏ । ସାଧାରଣ ଭାବରେ ଯେତେବେଳେ ଗର୍ଭବତୀ ସମୟରେ ରକ୍ତ ପହଁଞ୍ଚି ପାରେନି ସେତେବେଳେ ଭ୍ରୁଣ ବିକଶିତ ହୋଇପାରେନି, ସେଥିପାଇଁ ଶରୀର ପାଖରେ ଭ୍ରୁଣକୁ ବାହାରକୁ ବାହାର କରିବା ଛଡା ଅନ୍ୟ କିଛି ଉପାୟ ନଥାଏ । ଏହାପରେ ଶରୀରର ରୋଗ ପ୍ରତିରୋଧକ ପକ୍ରିୟାର ଉପଯୋଗ କରି ଭ୍ରୁଣ ଧୀରେ ଧିରେ ପଥର ଅର୍ଥାତ ଷ୍ଟୋନ୍‌ରେ ପରିବର୍ତ୍ତନ ହୋଇଯାଇଥାଏ । ତେଣୁ ମହିଳାଙ୍କ ପେଟରେ ଥିବା ଭ୍ରୁଣକୁ ‘ଷ୍ଟୋନ୍‌ ବେବି’ କୁହାଯାଏ ।

କୁଇନ୍ସଲାଣ୍ଡର ୟୁନିଭର୍ସିଟି ହସ୍ପିଟାଲ କେସ୍‌ ମେଡିକାଲ ସେଣ୍ଟରର ଡାକ୍ତର କିମ୍ ଗାର୍ସି କହିଛନ୍ତି ଟିସୁ କ୍ଲାସିଫିକେସନ୍‌ ମା’କୁ ଅନ୍ୟ ସଂକ୍ରମଣରୁ ବଞ୍ଚାଇଥାଏ ଓ ଏହି ପଥର ବହୁ ଦଶକ ପର୍ଯ୍ୟନ୍ତ ପେଟରେ ରହିପାରେ । ଅଧିକାଂଶ ସମୟରେ ଲୋକ ଏହାକୁ ଖୋଜିଥାନ୍ତି ଓ ମିଳିବା ପରେ କିଛି ଲୋକ ଏହାକୁ ହଟାଇ ନଥାନ୍ତି । ଜର୍ନାଲ ଅଫ୍ ଦ ରୟାଲ ସୋସାଇଟି ଅଫ୍​‌ ମେଡିସନ୍‌ ୧୯୯୬ର ଏକ ଲେଟର ଅନୁସାରେ ଲିଥୋପୋଡିୟନର ଏପର୍ଯ୍ୟନ୍ତ କେବଳ ୨୯୦ଟି ମାମଲା ଜଣାପଡିଛି ।

Show More

Related Articles

Back to top button