ଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

ଡେଙ୍ଗୁ ପରେ ମ୍ୟାଲେରିଆ ଆତଙ୍କ,ଏସ୍‌ସିବିରେ ୩୨ରୋଗୀ ଚିକିତ୍ସିତ

ଡେଙ୍ଗୁ ପରେ ରାଜ୍ୟରେ ମ୍ୟାଲେରିଆ ଆତଙ୍କ । ଗତକାଲି ମାହାଙ୍ଗାର ରଘୁନାଥନଗର ଅଞ୍ଚଳରୁ ଜଣେ ଡେଙ୍ଗୁ ରୋଗୀ ବାହାରିଥିବା ଜଣାପଡିଛି । ବର୍ତ୍ତମାନ ଏସ୍‌ସିବିରେ ୩୨ଜଣ ମ୍ୟାଲେରିଆ ରୋଗୀ ଚିକିତ୍ସିତ ହେଉଛନ୍ତି । ତେବେ ଡେଙ୍ଗୁ ସହିତ ମ୍ୟାଲେରିଆ ଚିନ୍ତାର କାରଣ । ଏନେଇ ମେଡିସିନ୍‌ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି ।

ଏସ୍‌ସିବି ମେଡିସିନ୍‌ ବିଭାଗର ବିଭିନ୍ନ ୟୁନିଟ୍‌ରେ ଏବେ ୩୨ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ରୋଗୀମାନଙ୍କ ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡା ଓ ଯାଜପୁର ସମେତ କଟକ ସହରର ସିଡିଏ ଅଞ୍ଚଳର କେତେଜଣ ରୋଗୀ ରହିଛନ୍ତି । ବଡ କଥା ହେଉଛି ଏବେ କଟକର ଗ୍ରାମାଞ୍ଚଳରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି ।

Show More

Related Articles

Back to top button