Breaking PLUSଓଡ଼ିଶାମୁଖ୍ୟ ଖବର
କୋଡ଼ିଙ୍ଗା ତହସିଲଦାରଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ନବରଙ୍ଗପୁର ଜିଲାର କୋଡ଼ିଙ୍ଗା ତହସିଲଦାରଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ। ତହସିଲଦାର ସୁବ୍ରତ ବେହେରାଙ୍କୁ ବଲାଙ୍ଗିର ଭିଜିଲାନ୍ସ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ଲାଞ୍ଚ ମାମଲାରେ ୩ ବର୍ଷ ଜେଲ ଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ଦେବାକୁ ଦଣ୍ଡାଦେଶରେ ଶୁଣାଇଛନ୍ତି। ୨୦୧୮ରେ ୨୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ କୋଡ଼ିଙ୍ଗା ତହସିଲଦାର ସୁବ୍ରତ ବେହେରା ଧରାପଡ଼ିଥିଲେ। ସୁବର୍ଣ୍ଣପୁର ତରଭାର ତହସିଲଦାର ଥିବାବେଳେ ସୁବ୍ରତ ବେହେରା ୨୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରାପଡ଼ିଥିଲେ। ବର୍ତ୍ତମାନ ସେ ନବରଙ୍ଗପୁର ଜିଲା କୋଡ଼ିଙ୍ଗା ତହସିଲଦାର ଭାବେ କାର୍ଯ୍ୟ କରୁଥିବା ଜଣାଯାଇଛି।