ଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ଛେଳିକୁ ବଞ୍ଚାଇବାକୁ ଯାଇ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୩ ମହିଳା ମୃତ

ତେଲକୋଇ : ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୩ ମହିଳାଙ୍କ ମୃତ୍ୟୁ ହୋଇଛି। ଛେଳିକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ପରେ ଜଣେ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଟାଙ୍ଗିରି ଗାଁ ଜୁଆଙ୍ଗ ସାହିରେ । ତେଲକୋଇ ଥାନା ଟାଙ୍ଗିରି ଗାଁ ଜୁଆଙ୍ଗ ସାହିର ମଗିଶିରିଆ ଜୁଆଙ୍ଗଙ୍କ ପତ୍ନୀ ନିରାଧି ଜୁଆଙ୍ଗ(୪୫), ସିଙ୍ଗା ଜୁଆଙ୍ଗ ଙ୍କ ପତ୍ନୀ କାଠି ଜୁଆଙ୍ଗ(୬୨) ଓ କୁନା ଜୁଆଙ୍ଗଙ୍କ ପତ୍ନୀ ମଞ୍ଜରୀ ଜୁଆଙ୍ଗ(୩୫) ଆଜି ସକାଳେ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଅପରାହ୍ନରେ ଛେଳି ଚରାଇ ଏମାନେ ଘରକୁ ଫେରୁଥିଲେ। ତେବେ ଗାଁ ପାର୍ଶ୍ୱରେ ଦୁଇ ଚାଷୀ ନିଜ ପରିବା ଚାଷ ଜମିକୁ ନେଇଥିବା ବିଦ୍ୟୁତ ତା’ର ଛିଣ୍ଡି ରାସ୍ତାରେ ପଡ଼ିଥିଲା। ଠିକ୍‌ ସେହି ସମୟରେ ଗୋଟିଏ ଛେଳି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲା। ଛେଳିକୁ ବଞ୍ଚାଇବାକୁ ଯାଇ ଜଣେ ପରେ ଜଣେ ବିଦ୍ୟୁତ୍‌ ସଂସ୍ପର୍ଶରେ ଚାଲିଆସିଥିଲେ। ଫଳରେ ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି।

 

Show More

Related Articles

Back to top button