Breaking PLUSଦେଶମୁଖ୍ୟ ଖବର
ତ୍ରାଲରେ ଏନକାଉଂଟରରେ 3 ଆତଙ୍କୀ ସଫା

ଜାମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ତ୍ରାଲ ଜଙ୍ଗଲରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ପୁଲୱାମା ତ୍ରାଲ ଜଙ୍ଗଲରେ ସେନା, ପୁଲିସ ଓ ସିଆରପିଏଫ ଯବାନମାନେ ମିଳିତ ଭାବେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏନକାଉଣ୍ଟର ହୋଇଥିଲା । ୪୮ଘଣ୍ଟା ମଧ୍ୟରେ କାଶ୍ମୀରରେ ଏହା ଦ୍ୱିତୀୟ ଏନାକାଉଣ୍ଟର । ଏଯାବତ ମୋଟ ୬ଜଣ ଆତଙ୍କୀଙ୍କୁ ନିହତ କରିଛନ୍ତି ସୁରକ୍ଷା କର୍ମୀ । ଅପରେସନ ସିନ୍ଦୂର ପରେ ସୀମାରେ ସୁରକ୍ଷାକର୍ମୀଙ୍କ କଡା ପଇଁତରା ଜାରି ରହିଛି । ଏହାସହିତ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି ସୁରକ୍ଷାକର୍ମୀ ମାନେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।