କ୍ୟାବିନେଟରେ 3ଟି ରେଳ ପ୍ରକଳ୍ପକୁ ମଂଜୁରୀ

ରେଳ ମନ୍ତ୍ରଣାଳୟର ମୋଟ ୬ ହଜାର ୪୫୬ କୋଟି ଟଙ୍କା ବ୍ୟୟ ଅଟକଳର ୩ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିକୁ ବୁଧବାର ଅନୁମୋଦନ ମିଳିଛି। ଏଥିରେ ଦୁଇଟି ନୂଆ ରେଳ ଲାଇନ୍ ଓ ଗୋଟିଏ ମଲ୍ଟି ଟ୍ରାକିଂ ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ ସହ ଜଡିତ। ଏହି ୪ଟି ରାଜ୍ୟର ସାତଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରୁଥିବା ପ୍ରକଳ୍ପଗୁଡିକ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପ୍ରାୟ ୩୦୦ କିଲୋମିଟର ବୃଦ୍ଧି କରିବ।
ଅନୁମୋଦିତ ପ୍ରକଳ୍ପଗୁଡ଼ିକ ସଂଯୋଗ ବିହୀନ ଅଞ୍ଚଳକୁ ସଂଯୋଗ କରି ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବ, ଏବେ ଥିବା ଲାଇନ୍ କ୍ଷମତା ବୃଦ୍ଧି କରିବ ଏବଂ ପରିବହନ ନେଟୱାର୍କରେ ମଧ୍ୟ ବୃଦ୍ଧି କରିବ, ଯାହା ଫଳରେ ଯୋଗାଣ ଶୃଙ୍ଖଳା ସୁବ୍ୟବସ୍ଥିତ ହେବ ଏବଂ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ବୋଲି ସରକାର କହିଛନ୍ତି। ନୂତନ ଲାଇନ୍ ପ୍ରସ୍ତାବଗୁଡ଼ିକ ସିଧାସଳଖ ଯୋଗାଯୋଗ ପ୍ରଦାନ କରିବ ଏବଂ ଗତିଶୀଳତାକୁ ଉନ୍ନତ କରିବ, ଭାରତୀୟ ରେଳବାଇ ପାଇଁ ଦକ୍ଷତା ଏବଂ ସେବା ବିଶ୍ୱସନୀୟତା ପ୍ରଦାନ କରିବ। ଏହି ମଲ୍ଟି ଟ୍ରାକିଂ ପ୍ରସ୍ତାବ ଦ୍ୱାରା ଭାରତୀୟ ରେଳବାଇର ବ୍ୟସ୍ତବହୁଳ ସେକ୍ସନଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ବିକାଶ ସହିତ ପରିଚାଳନାକୁ ସହଜ କରିବା ସହ ଭିଡ଼ ହ୍ରାସ ପାଇବ।