Breaking PLUSଦେଶ ବିଦେଶମୁଖ୍ୟ ଖବର

ଫ୍ଲୋରିଡାରେ କୁକୁର ବିକ୍ରିକୁ ନେଇ ଗୁଳିକାଣ୍ଡ, 3 ମୃତ

ୱାଶିଂଟନ- ଆମେରିକାର ଫ୍ଲୋରିଡାରେ କୁକୁର ବିକ୍ରିକୁ ନେଇ ତୁମୂଳକାଣ୍ଡ । ବିବାଦ ଯୋଗୁ ଗୁଳିକାଣ୍ଡ ହୋଇଛି । ଏବଂ ଏଥିରେ 3ବର୍ଷର ଶିଶୁ ସହିତ 3ଜଣଙ୍କର ମୃତ୍ୟୁ ହୋଇଛି ।
ଗଣମାଧ୍ୟମର ସୂଚନା ମୁତାବକ ଜେକ୍ସନଭିଲେ ଶେରିଫର କାର୍ଯ୍ୟାଳୟ ସହାୟକ ମୁଖ୍ୟ ଜେଡି ସ୍ଟ୍ରେନକୋ କହିଛନ୍ତି ଯେ, ଶନିବାର ରାତି 10ଟା ବେଳେ ଗୋଟିଏ ଶିଶୁ ସହିତ 5ଜଣ ବ୍ୟକ୍ତି କୁକୁର ବିକ୍ରି ସମ୍ବନ୍ଧରେ ଅନ୍ୟ କିଛି ଲୋକଙ୍କୁ ଭେଟିବାକୁ ଲଗଜୁରୀ ଆପାର୍ଟମେଣ୍ଟ ପରିସରରେ ଥିଲେ । ତେବେ ପ୍ରଥମେ ଏଠାରେ ଯୁକ୍ତିତର୍କ ଓ ଏହାପରେ ଗୁଳିକାଣ୍ଡ ହୋଇଥିଲା । ଏହି ଗୁଳିକାଣ୍ଡରେ ଗୋଟିଏ ଶିଶୁ ସମେତ 3ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଜଣେ ବ୍ୟକ୍ତି ଆହତ ମଧ୍ୟ ହୋଇଛି । ତେବେ ମୃତକଙ୍କ ପରିଚୟ ଜଣାପଡିନାହିଁ ।

Show More

Related Articles

Back to top button