Breaking PLUSଓଡ଼ିଶାମୁଖ୍ୟ ଖବର

ନିଶ୍ଟିନ୍ତକୋଇଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 3 ମୃତ, 20ରୁ ଅଧିକ ଗୁରୁତର

ଭୁବନେଶ୍ୱର, 02 ଜାନୁଆରୀ – ମଙ୍ଗଳବାର ସକାଳୁ କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା କଳା ପୋଲ ନିକଟରେ ଏକ ଯାତ୍ରୀ ବାହୀ ବସ ଓ ଟ୍ରକ ମଧ୍ୟରେ ଧକ୍କା ହେବା କାରଣରୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 40 ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ 20 ଜଣ ଗୁରୁତର ଅଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇଛି। ତେବେ ଏଯାଏ ମୃତକମାନଙ୍କର ପରିଚୟ ମିଳିପାରିନି। ଏଣେ କଟକ ଜିଲ୍ଲାପାଳ ନରହରି ସେଠୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେଣେ ଏସସିବି ମେଡିକାଲରେ ଗୁରୁତରମାନଙ୍କୁ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ କଟରପଡ଼ା କଳା ପୋଲ ନିକଟରେ ସକାଳ ସାଢ଼େ ୭ଟାରେ ମନୋରମା ବସ ଚାନ୍ଦବାଲିରୁ କଟକ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ୧୦ ଚକିଆ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ପରେ ଆଉଜଣଙ୍କର ପ୍ରାଣହାନି ଘଟିଥିଲା। ଏହି କାରଣରୁ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି। ଏବେ ବି ଆହୁରି ୭ଜଣଙ୍କ ଅବସ୍ଥା ସକଟାପନ୍ନ ଥିବା କୁହାଯାଉଛି। ବସରେ ଥିବା ୪୦ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ଦମକଳ ବାହିନୀ ସହ ସ୍ଥାନୀୟ ପୁଲିସ ପହଞ୍ଚି ଉଦ୍ଧାର କରିଥିଲେ।

Show More

Related Articles

Back to top button