ଦେଶ ବିଦେଶ

୩କୋଟି ଲୋକଙ୍କ ଟିକାକରଣ କରିବାରେ ମହାରାଷ୍ଟ୍ର ହେଲା ଦେଶର ପ୍ରଥମ ରାଜ୍ୟ

ଦେଶରେ କରୋନା ଭାଇରସ ମହାମାରୀ ମୁକାବିଲା ଲାଗି ଚଳିତବର୍ଷ ଜାନୁୟାରୀ ୧୬ ତାରିଖରେ ଦେଶବ୍ୟାପୀ ଟିକାକରଣ ଅଭିଯାନ ହାତକୁ ନିଆଯାଇଥିଲା

ସେବେଠାରୁ ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୩ କୋଟି ଲୋକେ ଟିକା ନେଇଥିବା ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଡା.ପ୍ରଦୀପ ବ୍ୟାସ୍‌ କହିଛନ୍ତି। ତାଙ୍କ ସୂଚନା ଅନୁସାରେ ଗୁରୁବାର ସୁଦ୍ଧା ରାଜ୍ୟରେ ୨ କୋଟି ୯୭ଲକ୍ଷ ୨୩ ହଜାର ୯୫୧ ଜଣଙ୍କ ଟିକାକରଣ ହୋଇସାରିଥିଲା । ୩ କୋଟି ଲୋକଙ୍କ ଟିକାକରଣ ଲକ୍ଷ ଶୁକ୍ରବାର ମଧ୍ୟାହ୍ନ ୨ଟା ବେଳେ ପୁରଣ ହୋଇଥିବା ସେ କହିଛନ୍ତି। ଫଳରେ ଟିକାକରଣରେ ମହାରାଷ୍ଟ୍ର ଏବେ ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି।ବ୍ୟାପକ ଟିକାକରଣ ଯୋଗୁ ମହାରାଷ୍ଟ୍ରରେ କରୋନା ସଂକ୍ରମଣରେ ହ୍ରାସ ହୋଇଛି, ହେଲେ ସମ୍ପୂର୍ଣ୍ଣ ଥମିନାହିଁ। ରାଜ୍ୟରେ କରୋନା ଭାଇରସର ନୂଆ ପ୍ରକାର ଡେଲ୍ଟା ପ୍ଲସ୍‌ ସଂକ୍ରମଣ ଘଟଣା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏବେ ରାଜ୍ୟରେ ମୋଟ ୨୧ ଜଣ ଡେଲ୍ଟାପ୍ଲସ୍‌ ଭୂତାଣୁ ପ୍ରକାରରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଶୁକ୍ରବାର ଜଣକର ମୃତ୍ୟୁ ହୋଇଛି।

ମୃତକ ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଗଣମାଧ୍ୟମକୁ କହିଛନ୍ତି।ମୃତକ ବୟସ୍କ ବ୍ୟକ୍ତି ମହାରାଷ୍ଟ୍ର ରତ୍ନଗିରି ସଙ୍ଗମେଶ୍ୱର ଅଞ୍ଚଳର ବାସିନ୍ଦା। ରାଜ୍ୟରେ ଡେଲ୍ଟାପ୍ଲସ୍‌ ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଲୋକଙ୍କ ଟ୍ରାଭେଲ ହିଷ୍ଟ୍ରି ଉପରେ ଏବେ ନଜର ରଖା ଯାଇଥିବା ଟୋପେ କହିଛନ୍ତି। ତେବେ ମୃତକ ରତ୍ନଗିରି ଜିଲ୍ଲାର ଏକମାତ୍ର ଡେଲ୍ଟା ପ୍ଲସ୍‌ ସଂକ୍ରମିତ ନଥିଲେ। ଏହି ଜିଲ୍ଲାରୁ ଆଉ ୯ ଜଣଙ୍କ ସମେତ ଜଲଗାୱଁରୁ ୭ ଜଣ, ମୁମ୍ବାଇ, ଠାଣେ, ପାଲଘର ଓ ସିନ୍ଧୁ ଦୁର୍ଗରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କଠାରୁ ଭୂତାଣୁର ଏହି ନମୁନା ମିଳିଛି।

Show More

Related Articles

Back to top button