Breaking PLUSଓଡ଼ିଶାମୁଖ୍ୟ ଖବର
ବାରବାଟୀ ମ୍ୟାଚ ଟିକେଟ ପାଇଁ କାଉଣ୍ଟରରେ ପ୍ରବଳ ଭିଡ

ଆସନ୍ତା ୯ତାରିଖ ରବିବାର ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦ୍ବିତୀୟ ଏକଦିବସୀୟ କ୍ରିକେଟ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ) ପକ୍ଷରୁ ଅଫଲାଇନରେ ଟିକେଟ ବିକ୍ରି ଜାରି ରହିଛି। ଟିକେଟ କିଣିବା ଲାଗି କାଉଣ୍ଟରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ସେଠାରେ ଠେଲାପେଲା ବି ଦେଖିବାକୁ ମିଳିଛି। ଏଣେ ଟିକେଟ କିଣୁଥିବା ଲୋକଙ୍କ ପାଇଁ ଓସିଏ ପକ୍ଷରୁ ପାଣି ଭଳି ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।