Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ସରକାର ଦେଲେ ଅନୁମତି : ଆସନ୍ତା ୧୪ ରୁ ଖୋଲିବ ସମସ୍ତ ପ୍ଲେ ସ୍କୁଲ୍

ରାଜ୍ୟରେ କରୋନା ମହାମାରୀ କାରଣରୁ ଦୀର୍ଘ ଦୁଇବର୍ଷରୁ ଅଧିକ ସମୟ ଧରି ପ୍ଲେ ସ୍କୁଲ୍ ବନ୍ଦ ରହିଥିଲା

ରାଜ୍ୟରେ କରୋନା ମହାମାରୀ କାରଣରୁ ଦୀର୍ଘ ଦୁଇବର୍ଷରୁ ଅଧିକ ସମୟ ଧରି ପ୍ଲେ ସ୍କୁଲ୍ ବନ୍ଦ ରହିଥିଲା । କରୋନା ଗ୍ରାଫ୍ ରେ କ୍ରମଶଃ ହ୍ରାସ ଯୋଗୁଁ ବର୍ତ୍ତମାନ ସ୍ଥିତିକୁ ନିୟନ୍ତ୍ରଣରେ ରଖି ଆସନ୍ତା ୧୪ରୁ ସମସ୍ତ ପ୍ଲେ ସ୍କୁଲ ଏବଂ କେଜି ଶ୍ରେଣୀ ଖୋଲିବ ବୋଲି ସରକାର ଅନୁମତି ଦେଇଛନ୍ତି ।

ଏହା ବ୍ୟାତୀତ ସମସ୍ତ ଅନୁଷ୍ଠାନର ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ସହ ଅନ୍ୟାନ କର୍ମଚାରୀ ମଧ୍ୟ  ଟିକା ନେଇଥିବା ବାଧ୍ୟତାମୂଳକ ରଖାଯାଇଛି । ଶିକ୍ଷକ, ଅଣଶିକ୍ଷକ, ସପୋର୍ଟ ଷ୍ଟାଫ୍ ଡବଲ ଡୋଜ୍ ନେଇଥିବା ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ ଅଷ୍ଟମ, ନବମ, ଦଶମ, ଦ୍ୱାଦଶ ସହ ବିଶ୍ୱବିଦ୍ୟାଳୟରେ ଅଫଲାଇନ ପାଠପଢ଼ା ଆରମ୍ଭ ହୋଇଛି । ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପୂର୍ବରୁ କେଜିଠାରୁ ଆରମ୍ଭ କରି ସପ୍ତମ ଶ୍ରେଣୀ କ୍ଲାସ ୧୪ ତାରିଖଠାରୁ ଆରମ୍ଭ ହେବା ନେଇ ଘୋଷଣା କରାଯାଇଥିଲା । ତେବେ ମଙ୍ଗଳବାର ପ୍ଲେ ସ୍କୁଲ ମଧ୍ୟ ୧୪ ତାରିଖଠାରୁ ଖୋଲିବା ନେଇ ଘୋଷଣା କରାଯାଇଛି ।

Show More

Related Articles

Back to top button