ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଖାଇତଳକୁ ଖସିଲା ବରଯାତ୍ରୀ ବସ୍ ୨୫ ମୃତ ୧୨ ଆହାତ

ଡେରାଡୁନ: ଉତ୍ତରାଖଣ୍ଡର ପୌରୀ ଗରଓ୍ୱାଲ ଜିଲ୍ଲା ରିଖନିଖାଲରେ ବସ୍ ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଖାଇକୁ ଖସି ବସ୍ ଟି ଗତକାଲି ଦୁର୍ଘଟଣାଗସ୍ତ ହୋଇଥିଲା । ବସରେ  ୪୦ରୁ ୫୦ ଜଣ ଯାତ୍ରୀ ଥିବା ଜଣାପଡ଼ିଛି । କାଲି ରାତି ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।  ସେହିପରି ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ୧୨ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି । ସୂଚନାନୁଯାୟୀ, ମଙ୍ଗଳବାର ଅପରାହ୍ନରେ ଜନପନ୍ଦ ହରିଦ୍ୱାରର ଲାଲଢାଙ୍ଗ ଅଞ୍ଚଳରୁ ଏକ ବସ୍ ବରଯାତ୍ରୀଙ୍କୁ ନେଇ ବୀରୋଁଖାଲ ବ୍ଲକ ଅନ୍ତର୍ଗତ କାଣ୍ଡା ଗାଁ ଅଭିମୁଖେ ବାହାରିଥିଲେ । କିନ୍ତୁ ବିଳମ୍ବିତ ସନ୍ଧ୍ୟାରେ ଅନ୍ଧାରରେ ଘିରୋଲି ପୋଲ ଆଗକୁ ସିମଡି ଇଣ୍ଟର କଲେଜ ନିକଟରେ ବସ୍ ଟି ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ପଡ଼ିଥିଲା ।

Show More

Related Articles

Back to top button