Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଧିରେ ଧିରେ କମୁଛି କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୨,୧୯୬ ଜଣ କରୋନା ରୋଗୀ ଚିହ୍ନଟ

ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ରାଜ୍ୟରେ ଆଜି ୨,୧୯୬ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୭୪ ଜଣ ଚିହ୍ନଟ ହୋଇଥିବାବେଳେ ୯୨୨ ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଭାବେ ଚିହ୍ନଟ ହୋଇଛନ୍ତି । ଏ

ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ରାଜ୍ୟରେ ଆଜି ୨,୧୯୬ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୭୪ ଜଣ ଚିହ୍ନଟ ହୋଇଥିବାବେଳେ ୯୨୨ ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଭାବେ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୬ହଜାର ୩୪୫କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୪୧ ହଜାର ୩୮୫ ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୩ ହଜାର ୭୮୬ ଜଣ।

ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍‌ ୨ ହଜାର ୧୯୬ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୫୯ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ ୧୦୭ ବାଲେଶ୍ବରରୁ ୧୦୪, ବରଗଡରୁ ୮୦, ଭଦ୍ରକରୁ ୧୬, ବଲାଙ୍ଗିରରୁ ୭୧, ବୌଦ୍ଧରୁ ୩୨, କଟକରୁ ୧୭୫, ଢେଙ୍କାନାଳରୁ ୩୩, ଗଜପତିରୁ ୭, ଗଞ୍ଜାମରୁ ୧୩, ଜଗତସିଂହପୁରରୁ ୮୬, ଯାଜପୁରରୁ ୧୧୩, ଝାରସୁଗୁଡାରୁ ୭୧, କଳାହାଣ୍ଡିରୁ ୯୪, କନ୍ଧମାଳରୁ ୩୪, କେନ୍ଦ୍ରାପଡାରୁ ୮୨, କେଉଁଝରରୁ ୬୭, କୋରାପୁଟରୁ ୨୯, ମାଲକାନଗିରିରୁ ୧୧୯, , ନବରଙ୍ଗପୁରରୁ ୫୦, ନୟାଗଡରୁ ୨୦, ନୂଆପଡାରୁ ୧୦୮, ପୁରୀରୁ ୭୭, ରାୟଗଡାରୁ ୧୪, ସମ୍ବଲପୁରରୁ ୩୭, ସୋନପୁରରୁ ୭୦, ସୁନ୍ଦରଗଡରୁ ୧୪୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୫୦ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Show More

Related Articles

Back to top button