ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟଭକ୍ତିମୁଖ୍ୟ ଖବର

ରଥଯାତ୍ରା ଉପଲକ୍ଷେ ପୁରୀକୁ ଗଡିବ ୨୦୫ଟି ସ୍ବତନ୍ତ୍ର ଟ୍ରେନ୍‌

ପୁରୀ: ରଥଯାତ୍ରା ଉପଲକ୍ଷେ ପୁରୀକୁ ଗଡିବ ୨୦୫ଟି ସ୍ବତନ୍ତ୍ର ଟ୍ରେନ୍‌ । ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରୁ ଏହି ‌ସ୍ବତନ୍ତ୍ର ଟ୍ରେନ୍‌ ଗୁଡ଼ିକ ଗଡିବ। ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ପୂର୍ବ ବର୍ଷ ଗୁଡ଼ିକର ତୁଳନାରେ ଚଳିତ ଥର ଅଧିକ ସ୍ବତନ୍ତ୍ର ଟ୍ରେନ୍‌ ସେବା ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, କୋଭିଡ-୧୯ ପାଇଁ ବନ୍ଦ ଥିବା ପାସେ‌ଞ୍ଜର ଟ୍ରେନ୍‌ଗୁଡ଼ିକ ପୁଣି ଥରେ ଚାଲିବ । ଯଦ୍ୱାରା ଗ୍ରାମାଞ୍ଚଳର ଲୋକେ ରଥଯାତ୍ରା ସମୟରେ ଏହି ପାସେଞ୍ଜର ଟ୍ରେନ୍‌ଗୁଡ଼ିକରେ ସହଜରେ ପୁରୀକୁ ଆସି ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖି ପାରିବେ। ସେହିପରି ଯାତ୍ରୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି , ସେଥିପ୍ରତି ରେଳବାଇ ପକ୍ଷରୁ ସମସ୍ତ ଗୁରୁତ୍ବ ଦିଆଯାଇଛି। ଯାତ୍ରୀମାନେ ଟିକେଟ ପାଇଁ କାଉଣ୍ଟରରେ ଭିଡ ନ ଜମାଇ ମୋବାଇଲରେ ଟିକେଟ ବୁକିଂ  କରିପାରିବେ । ରଥଯାତ୍ରା ସମୟରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ପୁରୀ ରେଳ ଷ୍ଟେସନ୍‌ରେ ଜର୍ମାନୀ ଶୈଳୀରେ ଏକ ବିଶାଳ ଟେଣ୍ଟ ନିର୍ମାଣ କରାଯିବ। ଏହି ଟେଣ୍ଟରେ ଯାତ୍ରୀମାନଙ୍କୁ ଆବଶ୍ୟକ ସୁବିଧା ମିଳିବ। ଯାତ୍ରୀମାନେ ଟେଣ୍ଟ ଭିତରେ ମାଗଣା ଖାଦ୍ୟ ଓ ପାନୀୟ ଜଳ ପାଇପାରିବେ। ଶ୍ରୀଗୁଣ୍ଡିଚା ଯାତ୍ର ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ଏଥି ସହିତ ରେଳବାଇ ପକ୍ଷରୁ ବିଭିନ୍ନ ସ୍ଥାନରେ ସୂଚନା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଯାତ୍ରୀଙ୍କ ସୁରକ୍ଷା ପାଇଁ ୬୦୦ ଆରପିଏଫ ମୁତୟନ ହେବେ।

 

Show More

Related Articles

Back to top button