ଦେଶ ବିଦେଶବାଣିଜ୍ୟ

ସରିଲା ନିର୍ବାଚନ, ନୂଆ ପେଟ୍ରୋଲ-ଡିଜେଲ ଦର ଜାରି କଲେ କମ୍ପାନୀ

ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ସରିଛି ୫ ରାଜ୍ୟର ବିଧାନସଭା ନିର୍ବାଚନ । ଫଳାଫଳ ମଧ୍ୟ ପ୍ରକାଶ ପାଇଛି । ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର କଠନ କରିବାକୁ ଯାଉଛି । ସେହିପରି ଉତ୍ତର ପ୍ରଦେଶ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ବିଜେପି ସରକାର ଗଢିବ । ତେବେ ଏହାମଧ୍ୟରେ ବିଭିନ୍ନ ତୈଳ କମ୍ପାନୀ ପେଟ୍ରୋଲ ଓ଼ ଡିଜେଲ ଦର ଜାରି କରିଛନ୍ତି । ଗୋଟିଏ ପଟେ ଋଷ ଓ ୟୁକ୍ରେନ ଯୁଦ୍ଧ ପାଇଁ ଅଶୋଧିତ ତୈଳ ଦର ବଢିବାରେ ଲାଗିଛି । କିଛି ବିଶେଷଜ୍ଞ ନିର୍ବାଚନ ସରିବା ପରେ ଘରୋଇ ବଜାରରେ ତୈଳ ଦର ବଢିବ ବୋଲି କହୁଥିଲେ । ଏହାମଧ୍ୟରେ ବିଭିନ୍ନ ତୈଳ କମ୍ପାନୀ ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ଦର ଜାରି କରିଛନ୍ତି । କିନ୍ତୁଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ଅହେତୁକ ବଢିଥିବା ବେଳେ ବି ଘରୋଇ ବଜାରରେ ଦାମ୍ ସ୍ଥିର ରହିଛି । ଗତ ୩ ମାସ ଧରି ତୈଳ ଦର ଅପରିବର୍ତ୍ତିତ ରହିଛି । ଦିଲ୍ଲୀରେ ପେଟ୍ରୋଲ ଦର ୯୫.୪୧ ଟଙ୍କା ଥିବା ବେଳେ ଡିଜେଲ ଦାମ୍ ୮୬.୬୭ ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୦୯.୯୮ ଟଙ୍କା ଥିବା ବେଳେ ଡିଜେଲ ଦର ରହିଛି ୯୪.୧୪ ଟଙ୍କା ।

କୋଲକାତାରେ ପେଟ୍ରୋଲ ଦାମ୍ ୧୦୪.୬୭ ଟଙ୍କା ଥିଲା ବେଳେ ଡିଜେଲ ୮୯.୭୯ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୧୦୧.୪୦ ଟଙ୍କା ଥିଲା ବେଳେ ପେଟ୍ରୋଲ ୯୧.୪୩ ଟଙ୍କା ରହିଛି । ଭୁବନେଶ୍ୱରରେ ମଧ୍ୟ ପୂର୍ବଦିନ ପରି ଦର ଅପରିବର୍ତ୍ତିତ ରହିଛି । ଏଠାରେ ପେଟ୍ରୋଲ ୧୦୧ ଟଙ୍କା ୪୦ ପଇସା ରହିଛି । ସୂଚନାଯୋଗ୍ୟ, ଗତ କିଛିଦିନ ଧରି ଅଶୋଧିତ ତୈଳ ଦର ବଢିବାରେ ଲାଗିଛି । ଅନ୍ତରାଷ୍ଟ୍ରୀୟ ସ୍ତର ଅନୁସାରେ ହିଁ ଘରୋଇ ବଜାରରେ ତୈଳ ଦର ସ୍ଥିର କରାଯାଏ । ଗତ ନଭେମ୍ବର ୩ ତାରିଖରେ ପେଟ୍ରୋଲ-ଡିଜେଲ ଉପରୁ ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଏହାପରେ ସମସ୍ତ ରାଜ୍ୟ ସରକାର ମଧ୍ୟ ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଫଳରେ ରେକର୍ଡ ସ୍ତରରେ ପହଁଚିବା ପରେ ଦାମ୍ କମିଥିଲା ।

Show More

Related Articles

Back to top button