ରାଜ୍ୟ ଟ୍ରାଫିକ୍ ଓ ସଡକ ସୁରକ୍ଷା ଶାଖା ସୁଦୃଢ଼ ହେବ, ୨ ହଜାର ନୂତନ ପଦବୀ ସୃଷ୍ଟି

ଭୁବନେଶ୍ୱର : ରାଜ୍ୟରେ ଟ୍ରାଫିକ୍ ଓ ସଡକ ସୁରକ୍ଷା ବ୍ୟବସ୍ଥା ହେବ ଆହୁରି ସୁଦୃଢ। ବଢୁଥିବା ଟ୍ରାଫିକ୍ ସମସ୍ୟାକୁ ଦୂର କରିବା ପାଇଁ ଓ ଲୋକଙ୍କୁ ଆହୁରି ସୁବିଧା ପ୍ରଦାନ କରିବା ପାଇଁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ ହଜାର ନୂତନ ପଦବୀ ସୃଷ୍ଟି ଲାଗି ଗୁରୁବାର ଘୋଷଣା କରିଛନ୍ତି।
ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବୀ ସୃଷ୍ଟି କରିବା ପାଇଁ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥାରେ ୭୦ ଓ ଜିଲାସ୍ତରରେ ୧୯୩୦ ପଦବୀ ସୃଷ୍ଟି ହେବ।
ଏଡିଜିପି/ଆଇଜିପି ଗୋଟିଏ ପଦବୀ, ଡିଆଇଜି (ପୁଲିସ) ଗୋଟିଏ ପଦବୀ, ଏସପି ୨ଟି ପଦବୀ, ଡିଏସପି ୪ଟି, ଇନ୍ସପେକ୍ଟର ୬ଟି, ଏସଆଇ ୮ଟି, ଏଏସଆଇ ୮ଟି, କନେଷ୍ଟବଳ ୨୨ଟି, ଚାଳକ ୧୦ଟି, ଏଷ୍ଟାବ୍ଲିସମେଣ୍ଟ ଅଫିସର ଗୋଟିଏ, ସେକ୍ସନ ଅଫିସର ଗୋଟିଏ, ଏ.ଏସ୍.ଓ ୩ ଟି ଓ ଜୁନିଅର ଆସିଷ୍ଟାଣ୍ଟ ପାଇଁ ୩ଟି ପଦବୀ ସୃଷ୍ଟି ହୋଇଛି। ସମୁଦାୟ ୭୦ଟି ପଦବୀ ସୃଷ୍ଟି ହୋଇଛି।
ଡିଏସ୍ପି ୫ଟି ପଦବୀ, ଇନ୍ସପେକ୍ଟର ୪୧ଟି ପଦବୀ, ସବ୍- ଇନ୍ସପେକ୍ଟର ୮୩ଟି ପଦବୀ, ଏଏସ୍ଆଇ ୮୩ଟି ପଦବୀ, ହାବିଲ୍ଦାର ୩୧୦ ଓ କନେଷ୍ଟବଳ ପାଇଁ ୧୪୦୮ଟି ପଦବୀ ସୃଷ୍ଟି କରାଯାଇଛି। ସମୁଦାୟ ୧୯୩୦ଟି ପଦବୀ ସୃଷ୍ଟି ହୋଇଛି।