
ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରିଗାଁ ଗବାଗୁଡ଼ାରେ ଘଟିଛି ଏକ ଦୁଃଖଦ ଘଟଣା। ପୋଖରୀରେ ବୁଡ଼ି ୨ଜଣ ନାବାଳିକାଙ୍କର ମୃତ୍ୟୁ ହୋଇଛି। ଉଭୟଙ୍କୁ ୧୫ ବର୍ଷ ହୋଇଥିଲା। ଆଜି ଦୁଇ ଜଣ ନାବାଳିକା ସ୍କୁଲରୁ ଫେରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେମାନଙ୍କ ଗୋଡ଼ ଖସିଯାଇଥିଲା। ସେମାନେ ପୋଖରୀରେ ବୁଡ଼ି ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଥିଲା। ଦୁଇ ନାବାଳିକାଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।