Breaking PLUSଓଡ଼ିଶାମୁଖ୍ୟ ଖବର

ଲଗାଣବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ

ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ରବିବାର ରାତିରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି ଏହି ଅଘଟଣ। ମୃତକ ଦୁଇ ଜଣ ହେଲେ ପାଟପୁରା ଥାନା ଅନ୍ତର୍ଗତ ବଡବେତରା ଗ୍ରାମର ସନା ମହାପାତ୍ର ଓ ନିକିରାଇ ଥାନା ଅନ୍ତର୍ଗତ ବେଣୀପୁର ଗ୍ରାମର ନର୍ମଦା ପୃଷ୍ଟି। ତେବେ ଲଘୁଚାପ ଫଳରେ ଗତକାଲି ଦିନ ତମାମ ବର୍ଷା ହୋଇଥିଲା ।

କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୁତ ହେବା ଫଳରେ ରାଜ୍ୟରେ ବର୍ଷା ଜାରି ରହିଛି। ରବିବାର ଦିନ ତମାମ ଉପକୂଳ ଓଡିଶା ସମେତ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହୋଇଛି । ଆଜି ବି ରାଜ୍ୟରେ ବର୍ଷା ଜାରି ରହିଛି। ତୁହାକୁ ତୁହା ବର୍ଷା ହେଉଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଲଗାଣ ବର୍ଷା ଫଳରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ତଳିଆ ଅଞ୍ଚଳ ଗୁଡିକ ଜଳମଗ୍ନ ହୋଇଥିବା ବେଳେ ଟ୍ୱିନ ସିଟିରେ ବର୍ଷାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି

Show More

Related Articles

Back to top button