Breaking PLUSଦେଶ ବିଦେଶମୁଖ୍ୟ ଖବର

କାଶ୍ମୀରରେ ଗୁଳିବିନିୟମ; ଦୁଇ ଯବାନ ଆହତ

ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ସ୍ଥିତ କାକପୋରା ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ଭାରତୀୟ ସେନାର ଦୁଇ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି । ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ସ୍ଥିତ କାକପୋରା ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ଭାରତୀୟ ସେନାର ଦୁଇ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, କୋକପୋରା ଅଞ୍ଚଳର ମାରଓ୍ଵାଲ ଗ୍ରାମରେ କେତେକ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଭାରତୀୟ ସେନାର ୫୦-ରାଷ୍ଟ୍ରୀୟ ରାଇଫଲ୍ସ, ସ୍ଥାନୀୟ ପୁଲିସ ଓ ସିଆରପିଏଫ ପକ୍ଷରୁ ଏକ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ସୁରକ୍ଷାବାହିନୀ ପକ୍ଷରୁ ଆତଙ୍କବାଦୀ ଲୁଚିଥିବା ଘରକୁ ଘେରିଯିବା ପରେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିଚାଳନା ଆରମ୍ଭ ହୋଇଥିଲା । ଏଥିରେ ଭାରତୀୟ ସେନାର ଦୁଇ ଯବାନ ଆହତ ହୋଇଥିବା ଜଣାପଡ଼ିଛି ।

Show More

Related Articles

Back to top button