Breaking PLUSଓଡ଼ିଶାମୁଖ୍ୟ ଖବର
ଗଣେଶ ମୂର୍ତ୍ତି ଭସାଣ ବେଳେ ଛାତ୍ର ବୁଡିଯିବା ଘଟଣାରେ ଉଦ୍ଧାର ହେଲା 2 ଛାତ୍ରଙ୍କ ମୃତଦେହ

ବାରିପଦା- ଗଣେଶ ମୂର୍ତ୍ତି ଭସାଣ ବେଳେ ଶୁକ୍ରବାର ୪ ଜଣ ଛାତ୍ର ବୁଡିଯିବା ଘଟଣାରେ ମିଳିଲା ୨ ନିଖୋଜ ଛାତ୍ରଙ୍କ ମୃତଦେହ। ଅନ୍ୟ ୨ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଦୀର୍ଘ ସମୟ ଖୋଜାଖୋଜି ପରେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି।
ବାରିପଦା ଲକ୍ଷ୍ମୀପୋଷି ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ଭାସିଯାଇଥିଲେ ୪ ଛାତ୍ର । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ରହିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।