Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର

ବଜ୍ରାଘାତ ଯୋଗୁଁ ୨ ମୃତ ୩ ଗୁରୁତର

ରାଜ୍ୟର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଘଟଣା ଦୁଇଟି କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଘଟିଛି । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଅନ୍ତର୍ଗତ ବାହାରିପୁର ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି- ନୃସିଂହ ଜେନା ଓ କାହ୍ନୁ ଜେନା। ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାରଛାୟା ଖେଳିଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ନନ୍ଦିପୁର ଗାଁରେ ବଜ୍ରାଘାତରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଉଛନ୍ତି ପ୍ରଭାକର ସାହୁ, ଅନିରୁଦ୍ଧ ବେହେରା ଓ ପ୍ରଶାନ୍ତ ନାୟକ। ସେମାନଙ୍କ ମଧ୍ୟରୁ ଅନିରୁଦ୍ଧ ଓ ପ୍ରଶାନ୍ତ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ପ୍ରଭାକରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଏ ତିନି ଜଣ ଜମିରେ କାମ କରୁଥିଲେ। ସେମାନେ ତଳିରୁଆ କାମରେ ଲାଗିଥିବା ବେଳେ ହଠାତ୍ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରିଥିଲା। ବିଜୁଳି ମାରିବାରୁ ତିନି ଜଣ ଯାକ ଆହତ ହୋଇଥିଲେ।

Show More

Related Articles

Back to top button