ଅପରାଧ

2 ବର୍ଷର ଝିଆରିର ତଣ୍ଟିଚିପି ହତ୍ୟାକଲେ ଖୁଡି

ଗତ ମଙ୍ଗଳବାର ଦିନ କନ୍ଦାକଟା କରି ଶୁଆଇ ନ ଦେବାରୁ ଜଣେ ମହିଳା ତାଙ୍କ ୨ ବର୍ଷୀୟ ଝିଆରୀକୁ ଚାପୁଡ଼ା ମାରି ଶେଷରେ ତଣ୍ଟିଚିପି ହତ୍ୟା କରିଥିବା କଥା ଜଣାପଡିଛି। ତେବେ ଘଟଣାଟି ମଧ୍ୟ ପ୍ରଦେଶର ଜବଲପୁର ନଗରୀ ହନୁମନ୍ତାଲ୍‌ ଥାନା ଅନ୍ତର୍ଗତ ରାଜୀବ ନଗର ଅଞ୍ଚଳରେ ଘଟିଛି ଓ ଅଭିଯୁକ୍ତାଙ୍କୁ ଗିରଫ କରାଯାଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି। ହନୁମନ୍ତାଲ୍‌ ଥାନାର ଭାରତପ୍ରାପ୍ତ ଅଧିକାରୀ ଏମ୍‌. ଦ୍ବିବେଦୀ କହିଛନ୍ତି, ମହମ୍ମଦ ଶକୀଲ୍‌ ନାମକ ଜଣେ ବ୍ୟକ୍ତିଙ୍କ ଝିଅ ଅପରାହ୍ଣରେ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି କରିବା ପରେ ଝିଅ ନ ମିଳିବାରୁ ପରିବାର ଲୋକେ ଯାଇ ଥାନାରେ ଅଭିଯୋଗ କଲେ। ସେ ଅଞ୍ଚଳରେ ଥିବା ‘ସିସିଟିଭି’ ସବୁ ଯାଞ୍ଚ କରାଯିବା ପରେ ମଧ୍ୟ କ‌ୌଣସି ସୁରାକ ମିଳିଲା ନଥିଲା। ପରେ ପୁଲିସ ନିଖୋଜ ଝିଅର ବାପାଙ୍କ କୋଠରିରେ ଖାନତଲାସ କରି ସୋଫା ସେଟ୍‌ ତଳୁ ତା’ର ଶବ ବାହାର କଲେ ବୋଲି ଦ୍ୱିବେଦୀ କହିଛନ୍ତି। ପୋଲିସର କହିବା ଅନୁସାରେ ଭାଇମାନଙ୍କ ସହିତ ମିଶି ଶକୀଲ୍‌ ଗୋଟାଏ ଘରେ ବାସ କରନ୍ତି। ସୋମବାର ଅପରାହ୍ଣରେ ଟିକିଝିଅ ତା’ ଖୁଡ଼ୀଙ୍କ କୋଠରିକୁ ଯାଇଥିଲା। ଉଭୟ ଏକାଠି ଖାଇଲେ। ଏହା ପରେ ଖୁଡ଼ୀଙ୍କୁ ନିଦ ଆସିବାରୁ ସେ ଝିଆରୀକୁ କହିଲେ କି, ତୁ ତୋ ମାଆ ପାଖକୁ ଯାଆ। କିନ୍ତୁ, ଝିଆରୀ ଯିବାକୁ ଅରାଜି ହେବାରୁ ଖୁଡ଼ୀ ତାକୁ ଚାପୁଡ଼ା ମାରିଲେ। ମାଡ଼ ଖାଇ ଝିଆରୀ ଅଥୟ ହୋଇ କାନ୍ଦିଲା। ଏଥିରେ ରାଗିଯାଇ ଖୁଡ଼ୀ ତଣ୍ଟିଚିପି ତାକୁ ମାରିଦେଲା ଓ ତା’ର ଶବକୁ ସୋଫା ତଳେ ଲୁଚାଇ ଦେଲା ଅଭିଯୁକ୍ତା ଖୁଡ଼ୀଙ୍କୁ ଗିରଫ କରାଯାଇ ତାଙ୍କ ନାଆଁରେ ନରହତ୍ୟା ଅଭିଯୋଗ ଦାଏର କରାଯାଇଛି।

Show More

Related Articles

Back to top button