Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ମୋଦି-ନବୀନ ବିରୁଦ୍ଧରେ 17 ରାଜନୈତିକ ଦଳ ଏକାଠି

25ରୁ ଗାଁ ଗାଁରେ ହେବ ଆନ୍ଦୋଳନ

() ମୋଦି ଓ ନବୀନ ପଟ୍ଟନାୟକଙ୍କ ବିରୋଧରେ 17ଟି ରାଜନୈତିକ ଦଳ ଏକାଠି ହୋଇଛନ୍ତି । ଏହି ଦଳ ଗୁଡିକ ମୋଦି ହଟାଅ, ଦେଶ ବଞ୍ଚାଅ…ନବୀନ ହଟାଅ, ଓଡ଼ିଶା ବଞ୍ଚାଅ’ ନାରା ଦେଇଛନ୍ତି । କଂଗ୍ରେସ ସମେତ ୧୭ଟି ରାଜନୈତିକ ଦଳ ଏକାଠି ହୋଇ ମିଳିତ ପ୍ରେସ୍‌ମିଟ୍ କରିଛନ୍ତି ।

ଅଗଷ୍ଟ ୨୫ତାରିଖରୁ କନ୍ଧମାଳରୁ ଗାଁ ଗାଁରେ ଆନ୍ଦୋଳନ ହେବ। ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ସହ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ ପାଇଁ ଲକ୍ଷ୍ୟ ରହିଛି। ସାମାଜିକ ନ୍ୟାୟ, କୃଷି, ନିଯୁକ୍ତି ପାଇଁ ଆନ୍ଦୋଳନ ହେବ।

ନିର୍ବାଚନ କମିଶନ ନିଯୁକ୍ତିରେ ମୁଖ୍ୟ ବିଚାରପତିଙ୍କୁ ହଟାଇବା ପାଇଁ ବିଲ୍‌ ଆଗତ ହୋଇଛି। ହେଲେ ଏହାକୁ ଆମେ ନିନ୍ଦା କରୁଛୁ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ବିଜୁ ଯୁବ ବାହିନୀ ପକ୍ଷରୁ ପିଠା ଯୋଜନା ଆରମ୍ଭ କରାଯାଇଥିଲା। ହେଲେ ସେହି ଯୋଜନା ସବୁ କୁଆଡ଼େ ଗଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି।

Show More

Related Articles

Back to top button