ଦୁର୍ଘଟଣାଦେଶ ବିଦେଶ

ମଦରାସା ଭିତରେ ନମାଜ ପାଠ ବେଳେ ଭୟଙ୍କର ବିସ୍ଫୋରଣ,୧୫ମୃତ ୨୭ଗୁରୁତର

ମଦରାସା ଭିତରେ ନମାଜ ପାଠ ବେଳେ ଭୟଙ୍କର ବିସ୍ଫୋରଣ । ଏଭଳି ଅଘଟଣ ଆଫଗାନିସ୍ତାନର ସମାଙ୍ଗନ ଅଞ୍ଚଳର ମଧ୍ୟଭାଗରେ ଅବସ୍ଥିତ ଆଇବାକ ସହରରେ ଘଟିଥିବା ସୂଚନା ମିଳିଛି । ଫଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୭ଜଣ ଗୁରୁତର ରହିଛନ୍ତି ।

ମିଳିଥିବା ରିପୋର୍ଟ ଅନୁସାରେ, ଉତ୍ତର ଆଫଗାନିସ୍ତାନର ଏକ ମଦରାସାରେ ନମାଜ ପାଠ ବେଳେ ବୋମା ବିସ୍ଫୋରଣ ହୋଇଛି। ଏନେଇ ତାଲିବାନ ଜଣେ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ସ୍କୁଲ ଛାତ୍ର ଅଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କିଛି ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି ଯେ, ତାଲିବାନ ଅଧିକାରୀମାନେ ବିସ୍ଫୋରଣ ସ୍ଥଳରେ ଲୋକଙ୍କୁ ଭିଡିଓ ତିଆରି କରିବାକୁ ବାରଣ କରିଛନ୍ତି ଏବଂ କୌଣସି ସାଧାରଣ ନାଗରିକଙ୍କୁ ବିସ୍ଫୋରଣ ସ୍ଥଳକୁ ଯିବାକୁ ଅନୁମତି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଂସ୍ଥା ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନଥିବା ବେଳେ ଏହା ପଛରେ ଆଇଏସ୍‌ଆଇଏସ୍‌ର ହାତ ଥିବା ସନ୍ଦେହ କରାଯାଉଛି।

 

Show More

Related Articles

Back to top button