Breaking PLUSଓଡ଼ିଶାମୁଖ୍ୟ ଖବର
ପାଣ୍ଡିଆନଙ୍କ ପ୍ରଚାରରେ ଖର୍ଚ୍ଚ ହୋଇଛି ୧୫କୋଟି ଟଙ୍କା

ଭୁବନେଶ୍ୱର- ପାଣ୍ଡିଆନଙ୍କ ପ୍ରଚାରରେ ଖର୍ଚ୍ଚ ହୋଇଛି ୧୫କୋଟି ଟଙ୍କା। ଗତ ୫ବର୍ଷରେ ପ୍ରଚାର ପାଇଁ ମୋଟ ୪୫୨କୋଟି ୯୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଆଜି ବିଧାନସଭାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୪ ନିର୍ବାଚନ ବିଜ୍ଞାପନ ବାବଦକୁ ପାଣ୍ଡିଆନଙ୍କ ଫଟୋ ପାଇଁ ଖର୍ଚ୍ଚ ହୋଇଛି ୧୫କୋଟି ୨୬ଲକ୍ଷ ୯୧ହଜାର ଟଙ୍କା। କାର୍ତ୍ତିକ ପାଣ୍ଡିଆନ ୫ଟି ଅଧ୍ୟକ୍ଷ ହେବା ପରେ ଖବରକାଗଜରେ ବିଜ୍ଞାପନ ଓ ଫଟୋ ବାବଦକୁ ପୂର୍ବ ସରକାର ରାଜକୋଷରୁ ଏହି ଅର୍ଥରାଶି ଖର୍ଚ୍ଚ କରିଥିବା ଜଣାପଡିଛି।