Breaking PLUSଓଡ଼ିଶାମୁଖ୍ୟ ଖବର

୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ

ସୁନ୍ଦରଗଡ : ସୁନ୍ଦରଗଡରେ ୧୨ ଘଣ୍ଟିଆ ବନ୍ଦ ଡାକରା। ତାମିଲନାଡୁ ନିର୍ଯ୍ୟାତିତ ଓଡିଆ ଯୁବତୀଙ୍କୁ ଫେରାଇ ଆଣିବା ଦାବିରେ କୋଶଳ ସମାଜ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଫଳରେ ଆଜି ସକାଳୁ ସହରରେ ସମସ୍ତ ଦୋକାନ ବଜାର ଏବଂ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି। ଏପରିକି ଗାଡି ମୋଟର ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଛି। ସକାଳୁ ସକାଳୁ ପତ୍ରାପାଲି ଛକରେ ଆନ୍ଦୋଳନକାରୀମାନେ ପିକେଟିଂ କରିଥିବା ଦେଖିବାକୁ ମିଳିଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡିମୋଟର ଅଟକି ରହିଛି। ଚାକିରି ନାଁରେ ସେଠାରେ ଓଡିଆ ଯୁବତୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିବାର ଅଭିଯୋଗ ହୋଇଛି। ସେମାନଙ୍କୁ ଫେରାଇ ଆଣିବା ଦାବିରେ କୋଶଳ ସମାଜ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଅଭିଯୋଗ ହୋଇଛି ଯେ ବୈଷୟିକ ତାଲିମ ନାଁରେ ତାମିଲନାଡୁକୁ ଓଡିଶାର ୯୦ ଜଣ ଝିଅଙ୍କୁ ପଠାଯାଇଥିଲା। ଏବଂ ସେଠାରେ ଝିଅମାନଙ୍କୁ ବହୁ ନିର୍ଯ୍ୟାତନା ଦିଆଯାଉଥିବାର ଅଭିଯୋଗ ହୋଇଛି। ଯାହାକୁ ନେଇ ଆଜି ଏଭଳି ବନ୍ଦ ପାଳନ କରାଯାଉଛି।

Show More

Related Articles

Back to top button