Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆଜି ପୁଣି ଆମେରିକାରୁ ଫେରିବେ ୧୧୯ ଭାରତୀୟ

ନୂଆଦିଲ୍ଲୀ : ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ଭାରତୀୟ ନାଗରିକଙ୍କୁ ଆମେରିକା ପ୍ରଶାସନ ସ୍ବଦେଶ ଫେରାଇ ଦେଉଛି। ଏହି କ୍ରମରେ ଆମେରିକା ବାୟୁସେନାର ଯୁଦ୍ଧବିମାନ ୧୧୯ ଭାରତୀୟ ଅପ୍ରବାସୀଙ୍କୁ ଧରି ଶନିବାର ପଞ୍ଜାବର ଅମୃତସରରେ ଅବତରଣ କରିବ। ଏହି ଭାରତୀୟ ଅପ୍ରବାସୀଙ୍କ ମଧ୍ୟରେ ୬୭ଜଣ ପଞ୍ଜାବର ବାସିନ୍ଦା ହୋଇଥିବାବେଳେ ୩୩ ଜଣ ହରିୟାଣା, ଗୁଜରାଟର ୮, ଉତ୍ତରପ୍ରଦେଶର ୩, ଗୋଆ, ମହାରାଷ୍ଟ୍ର ଓ ରାଜସ୍ଥାନର ୨ଜଣ ଲେଖାଏଁ ଅଛନ୍ତି। ଆମେରିକା ଦ୍ବିତୀୟ ପର୍ଯ୍ୟାୟରେ ଭାରତୀୟ ଅପ୍ରବାସୀଙ୍କୁ ସ୍ବଦେଶୀ ଫେରାଇବ। ଏହାପରେ ଫେବୃଆରୀ ୧୬ ରବିବାର ତୃତୀୟ ବିମାନରେ ଆଉ କିଛି ଭାରତୀୟ ଅପ୍ରବାସୀ ସ୍ବଦେଶ ଫେରିବେ।

Show More

Related Articles

Back to top button