Breaking PLUSଦେଶମୁଖ୍ୟ ଖବର

ବୀରତା ଓ ସେବା ପଦକରେ ସମ୍ମାନିତ ହେଲେ 1132 ପୋଲିସକର୍ମୀ

ନୂଆଦିଲ୍ଲୀ, 25 ଜାନୁୟାରୀ -ଗଣତନ୍ତ୍ର ଦିବସ ଅବସରରେ ରାଜ୍ୟର ପୋଲିସ ସେବା, ଅଗ୍ନିଶମ ସେବା, ହୋମଗାର୍ଡ ଓ ନାଗରିକ ସୁରକ୍ଷା ଓ ସୁଧାର ସେବାରେ କାର୍ଯ୍ୟରତ 1132 ପୋଲିସକର୍ମୀଙ୍କୁ ବୀରତା ଓ ସେବା ପଦକରେ ସମ୍ମାନିତ କରାଯାଇଛି । ଗୃହ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି ।
ମନ୍ତ୍ରାଳୟ ଅନୁସାରେ 277 ବୀରତା ପଦକରେ ଜମ୍ମୁକଶ୍ମୀର ପୋଲିସର 72 କର୍ମୀ, ମହାରାଷ୍ଟ୍ରର 18 ପୋଲିସକର୍ମୀ, ଛତିଶଗଡର 26 ପୋଲିସ କର୍ମୀ, ଝାରଖଣ୍ଡର 23, ଓଡିଶାର 15, ଦିଲ୍ଲୀର 8, ସିଆରପିଏଫର 65, ଏସଏସବିରୁ 21 କର୍ମୀଙ୍କୁ ପ୍ରଦାନ କରାଯାଇଛି । ବାକି କର୍ମୀ ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳରୁ ଅଛନ୍ତି । ବିଶିଷ୍ଟ ସେବା ପାଇଁ 102 ରାଷ୍ଟ୍ରପତି ପଦକରୁ 94 ପୋଲିସ ସେବା, 4 ଅଗ୍ନଶମ ସେବା ଓ 4 ନାଗରିକ ସୁରକ୍ଷା ଏବଂ ହୋମଗାର୍ଡ ସେବା ପାଇଁ ପ୍ରଦାନ କରାଯାଇଛି । ପ୍ରଶଂସନୀୟ ସେବା ପାଇଁ 753 ପଦକରୁ 667 ପୋଲିସ ସେବାକୁ, 32 ଅଗ୍ନିଶମ ସେବା, 27 ନାଗରିକ ସୁରକ୍ଷା ଓ ହୋମଗାର୍ଡ ସେବା ଓ 27 ସୁଧାର ସେବାକୁ ପ୍ରଦାନ କରାଯାଇଛି ।

Show More

Related Articles

Back to top button