Breaking PLUSଓଡ଼ିଶାମୁଖ୍ୟ ଖବର

ବାଲେଶ୍ବର ସହଦେବଖୁଣ୍ଟା ଅଞ୍ଚଳରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୩ ଜଣ ଅଭିଯୁକ୍ତ ଗିରଫ

ବାଲେଶ୍ବର ସହଦେବଖୁଣ୍ଟା ଅଞ୍ଚଳରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ STF । ସହଦେବଖୁଣ୍ଟର ହୋଟେଲ୍‌ ଜ୍ୟୋତି ସାଗର ନିକଟରେରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି

ବାଲେଶ୍ବର ସହଦେବଖୁଣ୍ଟା ଅଞ୍ଚଳରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ STF । ସହଦେବଖୁଣ୍ଟର ହୋଟେଲ୍‌ ଜ୍ୟୋତି ସାଗର ନିକଟରେରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତମ‌ାନେ ହେଲେ ମସ୍‌ଜିଦ୍‌ ଗଳିର ଏସ୍‌କେ ଜମିର୍‌, ନୟାବଜାରର ପ୍ରଭାତ କୁମାର ସେଠୀ ଓ କାଶିମେଲା ସୁକୁରାଜର ଜଶୋବନ୍ତ ବାଗ । ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ୮୫ ହଜାର ଟଙ୍କା ଜବତ କରାଯାଇଥିବାବେଳେ ୧ କିଲୋ ୧୦୫ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

Show More

Related Articles

Back to top button