Breaking PLUSଦେଶମୁଖ୍ୟ ଖବର

ମୁର୍ସିଦାବାଦରେ 24ଘଣ୍ଟାରେ 10 ଶିଶୁଙ୍କ ମୃତ୍ୟୁ

କୋଲକାତା, 9 ଡିସେମ୍ବର – କୋଲକାତା ଠାରୁ 2ଶହ କିଲୋମିଟର ଦୂର ମୁର୍ସିଦାବାଦ ଜିଲ୍ଲା ସରକାରୀ ହସ୍ପିଟାଲରେ 24ଘଣ୍ଟାରେ 10ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ହଇଚଇ ଖେଳିଯାଇଛି । ଡାକ୍ତରଙ୍କ ଅବହେଳା ଯୋଗୁ ଶିଶୁଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହାପରେ ଶୁକ୍ରବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ କମିଟି ଗଠନ କରାଯାଇଛି ।
ଏହାପରେ ମୃତ୍ୟୁ ପଛରେ ଅଜବ କାରଣ ଥିବା ସଫେଇ ଦେଇଛନ୍ତି ମେଡିକାଲ ଅଧିକାରୀ । ଶିଶୁମାନେ ଗମ୍ଭୀର ରୋଗ ସମସ୍ୟାରେ ପୀଡିତ ଥିବା ଡାକ୍ତରମାନେ କହିଛନ୍ତି । ଅନ୍ୟପଟେ ଲୋକେ କହିଛନ୍ତି ଶିଶୁଙ୍କୁ ଗମ୍ଭୀର ଅବସ୍ଥାରେ ହିଁ ମେଡିକାଲ ନିଆଯାଇଥାଏ । କିନ୍ତୁ ଏତେ ସଂଖ୍ୟାରେ ଶିଶୁ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ ।

Show More

Related Articles

Back to top button