ଅପରାଧ

୪ବର୍ଷ ଝିଅକୁ ମାରି ଜଙ୍ଗଲରେ ପୋତିଦେଲା ମା

ମା’ ପାଖରେ ଥିବା ବେଳେ କୌଣସି ବିପଦ ପିଲାଙ୍କ ପାଖ ମାଡ଼ି ନଥାଏ। ନିଜ ଜୀବନକୁ ବାଜି ଲଗାଇ ମା’ ଟିଏ ପିଲାକୁ ରକ୍ଷା କରିଥାଏ। ହେଲେ ଏମିତି ଏକ ମାକୁ ଦେଖିବାକୁ ମିଳିଛି ଯିଏ ନିଜ ଛୁଆକୁ ରକ୍ଷା କରିବା ପରିବର୍ତ୍ତେ ତାକୁ ମାରି ରାକ୍ଷସୀ ପାଲଟିଛି। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଗାଁରେ। ମୃତ ନାବାଳିକା ଜଣଙ୍କ ହେଲେ ସୁରେଖା ଦଣ୍ଡିଆ ଓ ରାକ୍ଷସୀ ରୂପ ଧାରି ମା ହେଉଛି ପଦ୍ମିନୀ ଦଣ୍ଡିଆ। ପାରିବାରିକ ଗଣ୍ଡଗୋଳ ହେତୁ ଗତ ୪ବର୍ଷ ହେଲା ପଦ୍ମିନୀ ନିଜ ବାପ ଘରେ ରହୁଥିଲେ।ଗତ ଶନିବାର ଦିନ ପଦ୍ମିନୀ ନିଜ ୪ବର୍ଷର ଝିଅ ସୁରେଖାକୁ ନେଇ କେଉଁ ଆଡେ ପଳାଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରି ମଧ୍ୟ ପାଇ ନଥିଲେ। ଏହା ପରେ ପୁଣି ସୋମବାର ପଦ୍ମିନୀ ବାପଘରକୁ ପଳାଇ ଆସିଥିଲେ। ହେଲେ ଝିଅ ତାଙ୍କ ସାଙ୍ଗରେ ନଥିଲା। ଏନେଇ ପଦ୍ମିନୀଙ୍କ ବାପା ନାତୁଣୀ ବିଷୟରେ ପଚାରିଥିଲେ। ପଦ୍ମିନୀ ଝିଅକୁ ମାରି ଜଙ୍ଗଲରେ ପୋତି ଦେଇଥିବା କହିଥିଲେ। ଏହା ଶୁଣି ପଦ୍ମିନୀଙ୍କ ବାପା ପୁଲିସକୁ ଖବର ଦେଇଥିଲେ। ପୁଲିସ ପଦ୍ମନୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଝିଅକୁ ମାରି ଜଙ୍ଗଲରେ ପୋତି ଦେଇଥିବା ପଦ୍ମନୀ ପୁଲିସ ଆଗରେ ସ୍ବୀକାର କରିଥିଲା। ଗତକାଲି ଜଙ୍ଗଲରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ଏପରି ଘଟଣାକୁ ଦେଖିବା ପରେ ଅଞ୍ଚଳବାସୀ ନିନ୍ଦା କରିଛନ୍ତି।

Show More

Related Articles

Back to top button